କଟକ ବଡ଼ ମେଡ଼ିକାଲରୁ ହଟିଲା ଡାକ୍ତରଙ୍କ ‘ଵାରି’ ପରମ୍ପରା

କଟକ ସଦର,୧୪/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ବଡ଼ ଡ଼ାକ୍ତରଖାନାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଡାକ୍ତର ମାନଙ୍କର ଵାରି ପରମ୍ପରାକୁ ରୋଗୀମାନଙ୍କ ର ସୁବିଧା ପାଇଁ ହଟାଇ ଦିଆଯାଇଥିବା ଜଣାପଡିଛି। ଏହାଦ୍ବାରା ଏସସିଵି ଓପିଡି ଚିକିତ୍ସା ସେବାରେ ବଡ଼ ପରିବର୍ତ୍ତନ ଆସିଥିବାରୁ ରୋଗୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ରୋଗୀମାନେ ପ୍ରତିଦିନ ତାଙ୍କର ମନ ପସନ୍ଦର ଡାକ୍ତରଙ୍କୁ ସକାଳ ୧୦ ଠାରୁ ସଂଧ୍ୟା ୫ ପର୍ଯ୍ୟନ୍ତ ତାଙ୍କ ଚାମ୍ବର ରେ ଦେଖାକରି ରିପୋର୍ଟ ଦେଖାଇଵା ସହିତ ଆବଶ୍ୟକୀୟ ଚିକିତ୍ସା ସୁବିଧା ପାଇପାରିବେ। ଆଉ ସେମାନଙ୍କୁ ଵାରି କୁ ଅପେକ୍ଷା କରି ହଇରାଣ ହରକତ ହେବାକୁ ପଡିଵ ନାହିଁ। ପୂର୍ବରୁ ବିଭିନ୍ନ ବିଭାଗର ଡ଼ାକ୍ତର ଙ୍କ ପରାମର୍ଶ ପାଇଁ ନିର୍ଧାରିତ ଦିନ ସ୍ଥିର ରହିଥିଲା। ଉକ୍ତ ସ୍ୱ।ଗତ ଯୋଗ୍ୟ ପଦକ୍ଷେପ ଜଣାପଡିବା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *