ଶୃଙ୍ଖଳା ହିଁ ସଫଳତାର ଚାବିକାଠି: ବିଧାୟକ
କେନ୍ଦ୍ରାପଡ଼ା,୨୭/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଖଡିଅଙ୍ଗସ୍ଥିତ ଅଙ୍କୁର ଶିକ୍ଷାନିକେତନର ୩୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିି ସଭାପତି ଡ. ରତ୍ନମଞ୍ଜରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ପାଠ ପଢିବାକୁ ପରାମର୍ଶ ଦେବା ସହିତ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ଆଖୁଆ ଓଢଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବଳରାମ ଲେଙ୍କା ଯୋଗ ଦେଇଥିବାବେଳେ କାଉନସିଲର ପୁଷ୍ପାଞ୍ଜଳୀ ବସ୍ତିଆ, ବୀଣାପାଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଅମରପ୍ରସାଦ ସିଂ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ‘କମେଡିଆନ୍ ନଟିଆ’ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ । ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କିରଣମୟୀ ସିଂ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଭାକର ବେହେରା, ସତ୍ୟରଞ୍ଜନ ସାହୁ, ନିରୂପମା ମହାପାତ୍ର, ରଶ୍ମିତା ବେହେରା, ଜସ୍ମିନ୍ ଖାତୁନ୍, ଆଫ୍ରିନ୍ ଖାତୁନ୍ ଏବଂ ଦୀପିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
