ତାଲୁକ୍ ଆଇନ ସେବା କମିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ଭୁବନ,୧୭/୦୯/୨୦୨୫(ଓଡ଼ିଶା ସମାଚାର)-ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏବଂ ଭୁବନ ତାଲୁକ ଆଇନ ସେବା କମିଟି ସହଯୋଗରେ ମହିଳା ଡିଗ୍ରୀ କଲେଜ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୁବନ ସିଭିଲ କୋର୍ଟ ବିଚାରପତି ତଥା ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ଶିବାଶିଷ ପାଣି ଙ୍କ ସମେତ କାମାକ୍ଷା ନଗର ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ,ଓକିଲ ସଂଘ ସଭାପତି ନିରଞ୍ଜନ ଜେଠି, ଅଧ୍ୟାପିକା ଡଃ ମମତା ପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରୀ,ମହିଳା ମାନଙ୍କ ଉପରେ ଏସିଡ ଆକ୍ରମଣ, ବଳାତ୍କାର,ଗଣ ବଳାତ୍କାର, ନିଆଁ ରେ ପୋଡ଼ି ଘଟଣାରେ ବିଭିନ୍ନ କ୍ଷତି ପୂରଣ ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରୀ, ଓକିଲ ସଂଘ କର୍ମକର୍ତ୍ତା,ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୋର୍ଟ କିରାଣୀ ରମାକାନ୍ତ ପାଳ ସକ୍ରିୟ ଭୂମିକା ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *