କେନ୍ଦ୍ରାପଡ଼ା,୨୭/୧୨/୨୦୨୫(ଓଡ଼ିଶା ସମାଚାର)- ସହପାଠୀ ବା ସାଥୀହିଁ ଜୀବନ ଯାତ୍ରାର ପଥିକ । ଆଶା ଓ ବିଶ୍ୱାସର ଅଲିଭା ପ୍ରତୀକ । ବିପଦ ସମୟରେ ପ୍ରକୃତ ସାଥୀଟିଏ ହିଁ କେବଳ ପାଖରେ ଛିଡା ହୋଇ ସାହସ, ଆଶା ଭରସା ଓ ଆଶ୍ୱାସନା ଦେଇଥାଏ । ଆତ୍ମୀୟତା ଏବଂ ଆପଣାର ହେବା ଭାବ ହେଉଛି ପ୍ରକୃତ ମିତ୍ରତା । ଏହି ମିତ୍ରତା ଭାବକୁ ଦୃଢରୁ ଦୃଢର କରିବା ପାଇଁ ପ୍ରତିବର୍ଷ ଲାଲବାହାଦୁର ଉଚ୍ଚଶିକ୍ଷାଶ୍ରମ ସହପାଠୀ ମାନଙ୍କର ୧୯୮୨ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଆସୁଅଛି । ଚଳିତ ବର୍ଷ ଏହି ଉତ୍ସବ ଶ୍ରୀକ୍ଷେତ୍ର ଓଡିଶା ଭବନରେ ଅନୁଷ୍ଠିତ ହୋଇଯାଇଛି ।
ବନ୍ଧୁ ମିଳନ ପର୍ବରେ ସହପାଠୀ ମାନେ ସପରିବାର ଯୋଗଦେଇଥିଲେ । ସହପାଠୀ ଇଞ୍ଜିନିୟର ତନୁଜ କିଶୋର ରାଉତଙ୍କ ସଭାପତିତ୍ୱରେ ଉତ୍ସବ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବାବାଜି ଚରଣ ମହାନ୍ତି ବେଦମନ୍ତ୍ର ପାଠ କରିବା ପରେ ଦିବଙ୍ଗତ ଗୁରୁଜୀ ଓ ସହପାଠୀ ମାନଙ୍କ ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରମୋଦ କୁମାର ସ୍ୱାଇଁ ସମସ୍ତ ସହପାଠୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ଉତ୍ସବରେ ଉପସ୍ଥିତ ସହପାଠୀ ଓ ସହପାଠିନୀ ମାନେ ନିଜନିଜ ବିଦ୍ୟାଳୟ ସମୟର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ । ବାବାଜି ମହାନ୍ତି ସ୍ୱରଚିତ କବିତା ପାଠ କରିଥିଲେ । ସାଥି ମାନଙ୍କ ମଧ୍ୟରେ ନିର୍ମଳ କୁମାର ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ରଞ୍ଜନ ନାୟକ, ରମେଶ ବେହୁରା, ରଞ୍ଜନ ଗ୍ରହାଚାର୍ଯ୍ୟ, ଦିବାକର, କେଳୁଚରଣ, ରବିନ୍ଦ୍ର, ରାଜଶ୍ରୀ, କଲ୍ୟାଣୀ ବାଳା, ମନ୍ଦାକିନୀ, ମଞ୍ଜୁଳା ଓ ଶୋଭା ଆଦି ୫୦ ଜଣ ଅଂଶ ଗ୍ରହଣ କରିଥିଲେ । ଅହମଦାବାଦ୍ ରୁ ଆସିିଥିବା ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
