ଗରଦପୁର, ୨୫/୧୨/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଗତ ଦୁଇ ଦିନ ଧରି ଚାଲିଥିବା ରୌପ୍ୟ ଜୟନ୍ତୀ ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେବା ସହିତ ସ୍ୱପ୍ନକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଛାତ୍ର ଓ ଯୁବ ସମାଜ ସ୍ୱପ୍ନ ବିଳାସି ନହେଲେ ଦେଶ ଏବଂ ଜାତି କେବେ ବଢ଼ିପାରେ ନାହିଁ ବୋଲି ବିଧାୟକ ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ ।

ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଆରଏସଏସ ସହ ପ୍ରାପ୍ତ ପ୍ରମୁଖ ବିଶ୍ୱମ୍ଭର ପାଣି ଯୋଗଦେଇ ଆଜିର ଛାତ୍ର ଭବିଷ୍ୟତର ନାଗରିକ ଶୀର୍ଷକ ରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ସରପଂଚ ସନ୍ତୋଷ ମାହାଳି , ସରପଂଚ ପ୍ରଭରତ ନଳିନୀ ଜେନା, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀତାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନା ପୌରୋହିତ୍ୟ କରିଥିବାବେଳେ ସରସ୍ୱତୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସମାଜସେବୀ ନୃସିଂହ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ ସହିତ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶୁଭେଛୁ ଓ ପରିଚାଳନା କମିଟି ସଦସ୍ୟ ମାନେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରି ପାଛୋଟି ଆଣିଥିଲେ । ଉତ୍ସବ ପ୍ରାରମ୍ଭରେ ଭାରତ ମାତା ଫଟୋ ଚିତ୍ର ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ପରିଶେଷରେ ବନ୍ଦେ ମା ତରମ୍ ଗାନ କରାଯାଇଥିଲା । ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଗୁରୁଜୀ ଗୁରୁମା , ଗ୍ରାମବାସୀ , ଗ୍ରାମ ମୁରବୀ ଅଶ୍ୱିନୀ ପରିଜା , ଅମିୟ ପରିଜା, କୁଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।
