ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୦୫/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଗତ ଜାନୁଆରୀ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନା ର ଶୀତ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର୍  ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ତତ୍ତ୍ଵାବଧାନରେ ୫୦ ଜଣ ସ୍ବେଛାସେବୀ  ସ୍ଥାନୀୟ ଭଦଳିଆ ପଶି ଗ୍ରାମରେ ନାରୀ  ସୁରକ୍ଷା,ନାରୀ ଶିକ୍ଷା ଓ ନାରୀ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ସୃଷ୍ଟି କରିଥିଲେ । ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ବେଛାସେବୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ତରଫରୁ ଅଗ୍ନି ନିରାକରଣ  ପାଇଁ ଥିବା ବ୍ୟବସ୍ଥା ସମ୍ବନ୍ଧ ରେ ଅବଗତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡ଼ଃ ମମତା ପାତ୍ର ,କ୍ୟାପଟେନ ପ୍ରମିଳା ଦାସ  ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ। ସମସ୍ତ ସ୍ବେଛାସେବୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।  ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ସଭା ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ସପ୍ତାହ ବ୍ୟାପୀ ଶିବିର ରେ କର୍ମଚାରୀ ଅମ୍ବୁଜ ସାହୁ, ଲକ୍ଷ୍ମଣ ସାହୁ, ନିର୍ମଳା ସାହୁ,ରଙ୍ଗଲତା ବେହେରା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *