ଗରଦପୁର, ୨୨/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁନାଥ ଆର ଆୟାର ଆଜି ଗରଦପୁର ବ୍ଲକ୍ ସାନ ଅଢ଼ଙ୍ଗା ପଂଚାୟତସ୍ଥିତ କୋରୁଆ ଗ୍ରାମର ନୀରାଶ୍ରୟ ମହିଳା ସୁଭଦ୍ରା ଦାସଙ୍କ ଅନ୍ତୋଦୟ ଗୃହ ଉଦଘାଟନ କରିଛନ୍ତି । ୭୦ ବର୍ଷର ନିଆଶ୍ରୀ ସୁଭଦ୍ରା ଙ୍କୁ ଜିଲାପାଳ ଶ୍ରୀ ଆୟାର ଗୃହ ପ୍ରବେଶ କରାଇ କମ୍ବଳ ଦେବା ସହିତ ସେଠାରେ ଉପସ୍ଥିତ ଥିବା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ସୁଭଦ୍ରାଙ୍କୁ ସାଲ ପ୍ରଦାନ କରିଥିବାବେଳେ ବିଡ଼ିଓ ଆଲୋକ ରଂଜନ ସେଠୀ ଏକ ଟର୍ଚ୍ଚ ଲାଇଟ୍ ପ୍ରଦାନ କରିଛନ୍ତି । ଉଲେଖନୀୟ ଏହିକି ନିଆଶ୍ରୀ ସୁଭଦ୍ରା ସମ୍ପୂର୍ଣ୍ଣ ଏକାକୀ ।
ପରିବାରରେ କେହି ନଥିଲାବେଳେ ଏହି ୭୦ ବର୍ଷିୟ ମହିଳା ପକାଲ ଟାଙ୍ଗି ଭଙ୍ଗା ଚାଳ ଘରେ ଜୀବନ ଜୀଉଁଥିଲେ । ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରାଙ୍କୁ ଏକ ଅନ୍ତୋଦୟ ଗୃହ ମଂଜୁର କରାଯାଇଥିଲା । ବ୍ଲକ୍ ପ୍ରଶାସନ ବିଭାଗିୟ କର୍ମଚାରୀଙ୍କ ସହାୟତାରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣର୍ କରିଥିଲେ । ଆଜି ଆଜି ଜନଶୁଣାଣି ଶିବର ଶେଷ କରି ଜିଲାପାଳ ଓ ବିଭାଗିୟ ଅଧିକାରୀମାନେ କୋରୁଆରେ ପହଂଚି ସୁଭଦ୍ରାଙ୍କୁ ଗୃହ ପ୍ରବେଶ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ସଂଜୟ କୁମାର ଦାସ, ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିଅର ଶରତ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ଦାସ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚୈତନ୍ୟ ପ୍ରସାଦ ବିଶ୍ୱାଳ , ସରପଂଚ ଅଭୟ କୁମାର ମଲ, ସମିତି ସଭ୍ୟା ସୌଦାମିନୀ ଆଚାର୍ଯ୍ୟ , ନାଏବ ସରପଂଚ ସରସ୍ୱତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
