କଟକ, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- କଟକ ସଦର ୪୨ମୌଜାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଏରଞ୍ଚ ଗ୍ରାମର ଠାକୁରାଣୀ ପୀଠରେ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ବିଶିଷ୍ଟ ସାମ୍ବାଦିକ ଦୀପ୍ତି ରଞ୍ଜନ ମହାନ୍ତିଙ୍କୁ ଉତ୍ତରୀୟ , ପୁଷ୍ପମାଲ୍ୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉପଦେଷ୍ଟା କାହ୍ନୁଚରଣ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି ବରିଷ୍ଠ କବୀ ସରୋଜ ନଳିନୀ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।
ଦୟାନିଧି ପ୍ରତିଭା ସମ୍ମାନ ପାଇଲେ ବିଶିଷ୍ଟ ସାମ୍ବାଦିକ ଦୀପ୍ତି ରଞ୍ଜନ ମହାନ୍ତି
