ଉତ୍କଳ ହସ୍ପିଟାଲରେ  ଉତ୍କଳ ଦିବସ  ଉତ୍ସବ   ପାଳନ ।

ଭୁବନେଶ୍ୱର, ୦୧/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ହସ୍ପିଟାଲ, ନିଳାଦ୍ରୀ ବିହାର, ଭୁବନେଶ୍ବର, ଠାରେ ଆଜି ଉତ୍କଳ ଦିବସ ବଡ଼ ଉତ୍ସାହ ଏବଂ ସମ୍ମାନ ସହିତ ପାଳନ ହୋଇ ଯାଇଅଛି ।   ଓଡ଼ିଶା ୧ ଏପ୍ରିଲ ୧୯୩୬ ରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ଉତ୍ସବ ଆରମ୍ଭ ହୋଇଥିଲା “ବନ୍ଦେ ଉତ୍କଳ ଜନନୀ” ଗୀତ ସହିତ, ଯାହାକି ହସ୍ପିଟାଲର କର୍ମଚାରୀମାନେ ପରିବେଷଣ କରିଥିଲେ। ପରେ, ପରେ ଓଡ଼ିଶାକୁ ସୋତନ୍ତ୍ର ରାଜ୍ୟ ଗଠନରେ ପ୍ରଧାନ ଭୂମିକା ନେଇଥିବା ମହାନ ନେତାଙ୍କୁ ସମ୍ମାନ ଦିଆଯାଇଥିଲା। ହସ୍ପିଟାଲ ପରିସରକୁ ପାରମ୍ପରିକ ଭାବେ ସଜାଯାଇଥିଲା, ଯାହା ଓଡ଼ିଶାର ସମ୍ବୃଦ୍ଧ ସଂସ୍କୃତିକୁ ପ୍ରତିବିମ୍ବିତ କରୁଛି।

ଏହି ଅବସରରେ, ଉତ୍କଳ ହସ୍ପିଟାଲର ଚେୟ।ରମ୍ୟାନ୍, ଡ଼. ଅ।ଦିତ୍ୟ କୁମାର ସାମଲ,  ଆମେରିକାରୁ  ଓଡ଼ିଶାବାସୀଙ୍କୁ ଏବଂ ଟିମ୍ ଉତ୍କଳହସ୍ପିଟାଲର ସମସ୍ତ ସଦସ୍ୟ ମାନଙ୍କୁ  ତାଙ୍କର ଆନ୍ତରିକ ଶୁଭେଛା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ହସ୍ପିଟାଲର  ମ୍ୟାନେଜିଂ ଡାଇରେକ୍ଟର, ଡ଼.ପ୍ରଜ୍ଞାନ ରଞ୍ଜନ ଘଡେଇ,ଡାଇରେକ୍ଟର ମେଡିକାଲ ସେବା ଏବଂ ହେଡ୍ ଅଫ୍ ଆଙ୍କୋଲୋଜି ବିଭାଗ, ଡ଼. ରଞ୍ଜନ କୁମାର ମହାପାତ୍ର, ସି.ଇ.ଓ. ଶ୍ରୀ ବି.କେ.ସୁବୋଧ ସିଂହ, ସି.ଏଫ୍.ଓ., ଶ୍ରୀ ଅରୁଣ କୁମାର ଖିଲାର ଏବଂ ସି.ଓ.ଓ., ଶ୍ରୀ ମ।ନବ,ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞ ଡ଼ାକ୍ତରମାନେ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଏବଂ ରୋଗୀ ମାନଙ୍କର ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ।

ଉତ୍କଳ ଦିବସର ଏହି ଅବସରରେ, ଉତ୍କଳ ହସ୍ପିଟାଲ ତରଫରୁ ସ୍ୱାସ୍ଥ୍ୟ ସଚେତନେତା କ୍ୟାମ୍ପ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ଚେକ୍-ଅପ୍ ଅନୁଷ୍ଠିତ କରିଥିଲା, ଯାହା ଏହାର ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ପ୍ରତିବଦ୍ଧତାକୁ ସ୍ଥାପିତ କରିଛି।

ଏହି କାର୍ଯ୍ୟକ୍ରମ ସୂଚାଇଦିଏ ସମାଜ ପ୍ରତି ସେବା, ଏକତା ଏବଂ ପ୍ରଗତିର ମୂଲ୍ୟବୋଧକୁ ଅଙ୍ଗୀକାର କରି ସ୍ୱାସ୍ଥ୍ୟ ସେବା ଦେବା ପ୍ରତି ବଚନବଦ୍ଧ ହୋଇ। ଉତ୍କଳ ହସ୍ପିଟାଲ ଓଡ଼ିଶାର ଲୋକମାନେ ପାଇଁ ସେବା ଦେବା ପ୍ରତି ସମର୍ପିତ ରହିଛି, ଯାହା ଉତ୍କଳ ଦିବସର ଆତ୍ମା ସହିତ ସମନ୍ୱୟ ରଖିଥାଏ।

Leave a Reply

Your email address will not be published. Required fields are marked *