କଂସାର- ସାହାସପୁର ଉଚ୍ଚବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା

କେନ୍ଦ୍ରାପଡ଼ା, ୧୪/୧୨/୨୦୨୪ (ଓଡ଼ିଶା ସମାଚାର)- କେବଳ ପାଠପଢିଲେ ହେବ ନାହିଁ । ପାଠ ସହିତ ଶାଠର ଆବଶ୍ୟକତା ରହିଛି । ଯାହାର ଯେଉଁ ପ୍ରତିଭା ଅଛି ତାହା ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରିବା ଉଚିତ । ଶିକ୍ଷିତ ହୋଇ ଭଲ ମଣିଷ ହେବା ସହିତ ସମାଜର ମଙ୍ଗଳ କରିବା ପାଇଁ କଂସାର- ସାହାସପୁର ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ବିଧାୟକ ଯୁବନେତା ଅଂଶୁମାନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ସତର୍କ କରାଇଦେଇ କହିଥିଲେ ଯେ ବିଦ୍ୟାଳୟ ଫାଟକ ବାହାରେ ରେସ ଚାଲିଛି । ଏହି ରେସରେ ଉତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ଗଳ୍ପ ମାଧ୍ୟମରେ ପିତାମାତାଙ୍କ ଦାୟିତ୍ୱ ଏବଂ ବିଦ୍ୟାର୍ଥୀମାନଙ୍କ କର୍ତବ୍ୟ ସମ୍ପାଦନ କରିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ଫକୀର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଯୁବନେତା ପ୍ରଦୁ୍ୟମ୍ନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ମାଟ୍ରିକ ଟପ୍ପର ଓ ଅନ୍ୟାନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ସେଠୀ, ଯୁବନେତା ପ୍ରଶାନ୍ତ ବେହେରା, ନିରଞ୍ଜନ ପରିଡା, ଦିପ୍ତିରଞ୍ଜନ ମହାପାତ୍ର, ସଂଗ୍ରାମକେଶରୀ ପରିଡା, ହରେକୃଷ୍ଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ବିଜୟ ମହାପାତ୍ର, ଚକ୍ରଧର ନାୟକ, ସରପଂଚ ପ୍ରସନ୍ନ କୁମାର ରାଉତ, ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବୀତ, ସମାଜସେବୀ ଓ ମୁରବୀ ଶ୍ରେଣୀର ଲୋକମାନେ ଯୋଗଦେଇଥିଲେ । ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *