ରାଉରକେଲା, ୨୭/୬/୨୦୨୪ (ଓଡ଼ିଶା ସମାଚାର)- ବସୁମତୀ ମହାନ୍ତି ଙ୍କର ଆବାହକତ୍ୱ ରେ ଜଗଦାର ମାନଵ ସେବା ପ୍ରତିଷ୍ଠାନ ଠାରେ ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନବସେବା ପତିଷ୍ଠାନ ର ପ୍ରତିଷ୍ଠାତା ଶଶିକାନ୍ତ ଅଚ।ର୍ଯ୍ୟ, ଶିଳ୍ପପତି ଅନାଦି ନାଥ, ଵାଲା ନାଥ, ଶାନ୍ତିଲତା ବେହେରା ଉପସ୍ଥିତ ଥିଲେ । ବସୁମତୀ ମହାନ୍ତି ମାନଵ ସେବା ହିଁ ମାଧବ ସେବା କୁ ଜୀବନ ର ମୂଳ ମନ୍ତ୍ର ଭାବେ ଗ୍ରହଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।ଏକତା ଫାଉଣ୍ଡେସନ ର ସମସ୍ତ ସଦସ୍ୟ ମାନେ ତାଙ୍କୁ ସାହାଯ୍ୟ କରିଥିବାରୁ ସିଏ ଆଜି ନିଜକୁ ଗୌରବନିତ ମନେକରୁଛନ୍ତି । ଏକତା ଫାଉଣ୍ଡେସନ ସଦସ୍ୟ, ଶୁଚିସ୍ମିତା ସାହୁ, ବନଯା ପ୍ରିୟଦର୍ଶିନୀ, ମନୋରମା ନିରୁପମା ଆରତୀ, ବିନ୍ଦୁମତୀ ସୁପ୍ରଭା, ଆରତୀ କରଣ, ସରୋଜିନୀ ପ୍ରମିଳା, ନଳିନୀ ସେତୁଆ, ସୁବାସିନୀ ରାନୀ ରାୟ, କଳ୍ପନା ବେହେରା, ବିଶାଖା ସିମରାନ ଉପ ସ୍ଥିତ ଥିଲେ । ଶେଷରେ ବସୁମତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ପାଳନ
