ଲକ୍ଷ୍ମୀପୁର ୨୦/୧୨/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ନୂଆ ସାହି ସ୍ଥିତ ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳା ରେ ଚାରୋଟି ବିଭାଗରେ ୧୬୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଜୁନିୟର ବର୍ଗ ରେ ଆଦ୍ୟଶ୍ଲୋକ ରାଉତ ପ୍ରଥମ,ଶ୍ରେୟାନ୍ ଜେନା ଦ୍ୱତୀୟ ଓ ରଣବୀର ସାହୁ ତୃତୀୟ । ଉପ-ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହର୍ଷିତା ସାହୁ,ଦ୍ୱତୀୟ ପ୍ରାଚୀ ରାଣୀ ସାହୁ ଓ ହିତାନ୍ସି ମହାରଣା ତୃତୀୟ।ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଭି.କୃଷ୍ଣେଶ,ଦ୍ୱିତୀୟରେ ଦିବ୍ୟଜିତ ସାହୁ, ତୃତୀୟରେ ପି. ଆୟୁଷ କୁମାର ଓ ସାୱନ ହିଆଲ।
ନର୍ସରୀର ପ୍ରଥମ ସ୍ଥାନରେ ଜେସଲିନ୍ ବାଗ୍,ଦ୍ୱିତୀୟ ସ୍ଥାନରେ ପରିପୂର୍ଣ୍ଣା ହୋତା ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି କୁଶାନ ମାଣ୍ଡିଙ୍ଗା।ପ୍ରି-ପ୍ରାଥମିକ ବର୍ଗରେ ପ୍ରଥମ ହେଇଛନ୍ତି ନିତ୍ୟାନ୍ସି ବରାଡ଼, ଦ୍ୱତୀୟ ରେ ରାଜବୀର ମାଝୀ ଓ ଲକ୍ଷିତା ମାଝୀ,ତୃତୀୟ ରେ ଦିବ୍ୟାଂଶୁ ସାହୁ ଓ ଦିବ୍ୟାନ୍ସୀ ରାଉତ।ସେହି ପରି ସବ-ଜୁନିୟର ବର୍ଗରେ ପ୍ରଥମ ହେଇଛନ୍ତି ଦିବ୍ୟାଂଶୁ ଗୌଡ଼,ଦ୍ୱିତୀୟ ଅଧିପ ସତପଥୀ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ଆୟୁଶ୍ରୀ ଜେନା।ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣା ଜିବା ସହ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଜିବ ବୋଲି ସୂଚନା ମିଳିଛି।ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ସସ୍ମିତା ବିଶ୍ୱାଳ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳା ରେ ବିଦ୍ୟାଳୟର ଶିକ୍ଷକ ଅଶୋକ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।
ଏଥିରେ ସିଦ୍ଧେଶ୍ୱରୀ ପବ୍ଲିକ୍ ସ୍କୁଲ୍ ର ଶିକ୍ଷକ ମୋହନ ଗରଡା,ପ୍ରବୀଣ ମିଣିଆକା,ଶିକ୍ଷୟତ୍ରୀ ସୁସ୍ମିତା ଚକ୍ରବର୍ତ୍ତୀ, ସାଙ୍ଗନା ମିନା ପାଇ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା,ହାଇସ୍କୁଲର ଶିକ୍ଷକ ସୁକାନ୍ତ କୁମାର ଜାଦବ ଶିକ୍ଷୟତ୍ରୀ ସୁନୀତା ସାହୁକାର ଓ ଜେସ୍ନା ପଣ୍ଡା,ଧରଡା ହାଇସ୍କୁଲ ର ଲଳିତ ମହାନନ୍ଦ,ବିକ୍ରମପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଆଦିତ୍ୟ ପୁରୁଷେଠି,ଗେଚେଲା ପ୍ରାଥମିକ ବିଦୟାଳୟର ଶିକ୍ଷକ ଲିଙ୍ଗରାଜ ମାଉଡି ବିଚାରକ ଭାବେ ଯୋଗ ଦେଇ ସଠିକ ଭାବେ ମୁଲ୍ୟାଙ୍କନ କରିଥିଲେ।ଏହି ବିଜ୍ଞାନ ମେଳା କୁ ଶିକ୍ଷୟତ୍ରୀ ପ୍ରୀତି ଚୌଧୁରୀ ଓ ଡୋଲୀତା ଦେବି ପରିଚାଳନା କରିଥିବା ବେଳେ ସ୍କୁଲର ଶିକ୍ଷକ ଦୀନବନ୍ଧୁ ବେହେରା,ପ୍ରବୀଣ ମିଣିଆକା,ଆକାଶ ନାୟକ,ଶିକ୍ଷୟତ୍ରୀ ଶକୁନ୍ତଳା ଷଡ଼ଙ୍ଗୀ,ଭାରଣାସୀ ବର୍ଣ୍ଣିକା,ହାଲିମା ବାଡେକା, ଅମିଶା ଇଲ୍ୟାସୀ ତାଡିଙ୍ଗ,ଇତିଶ୍ରୀ କର୍କରା, ସରିତା ମୁଦୁଲି, ସୁନନ୍ଦା ଦେବି ବାଘ,ସନ୍ଧ୍ୟା ରାଣୀ ଖରା,ସିମ୍ରନ ଖସଲା,ଲିପି ତୁରୁକ ଓ ସ୍କୁଲର କର୍ମଚାରି ସୁରେଶ କନ୍ଦପାନ,ସୁବାଷ ସଗରିଆ,କସା ମିଣିଆକା,ଅମ୍ବିକା ତୁରୁକ,ରୁନି ମିଣିଆକା ରଞ୍ଜିତା ମାଣ୍ଡିଙ୍ଗା ପ୍ରମୁଖ ସହଯୋଗ କରିଥିଲେ।
