ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

                                            ଫକିରାବାଦ ଉର୍ଦ୍ଧୁ ଉପ୍ରା ବିଦ୍ୟାଳୟ ଛାତ୍ରୀଙ୍କ ପ୍ରକଳ୍ପ ଜିଲା ସ୍ତରକୁ ମନୋନିତ
କେନ୍ଦ୍ରାପଡ଼ା,୨୦/୧୨/୨୦୨୫(ଓଡ଼ିଶା ସମାଚାର)- ଇଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ୩ୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ୨୩୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।

ଏଥିରେ ସଷ୍ଟେନେବୁଲ ଏଗ୍ରିକଲଚର,ବର୍ଜ୍ୟବସ୍ତୁ ପରିଚାଳନା, ସବୁଜ ଶକ୍ତି, ଏମରର୍ଜିଂ ଟେକନୋଲୋଜି, ଗଣିତ ପ୍ରକଳ୍ପ, ସ୍ୱାସ୍ଥ୍ୟରକ୍ଷା, ଜଳ ସଂରକ୍ଷଣ ଓ ପରିଚାଳନା ପ୍ରଭୃତି ପ୍ରକଳ୍ପ ଗୁଡିକ ଅଂଶଗ୍ରହଣ କରିଥିବା ବେଳେ ଜିଲା ସ୍ତରକୁ ୭ଟି ପ୍ରକଳ୍ପ ମନୋନିତ ହୋଇଛି ।

ଏଥିମଧ୍ୟରୁ ଗଣିତ ପ୍ରକଳ୍ପରେ ଫକିରାବାଦ ଉର୍ଦ୍ଧୁ ଉ.ପ୍ରା. ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ରୀ ସନାୟା ଫିରଦୋଷଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପ୍ରକଳ୍ପର ଗାଇଡ ଟିଚର ଶେଖ ମନସୁଲ ଅଲ୍ଲୀ ଥିଲେ । ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀ ସନାୟା ଫିରଦୋଷଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *