ଏରକଣାରେ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ସମାରୋହ 

ମାହାଙ୍ଗା,୧୯/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ସାରସ୍ୱତ ସେବାମଞ୍ଚ ପକ୍ଷରୁ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଏରକଣା ଠାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୁସଂସ୍କର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ସଂସ୍କାରକ ବୈରାଗୀ ମିଶ୍ର ଜଣେ ନିର୍ଭିକ ଓ କ୍ରାନ୍ତିଦ୍ରଷ୍ଟା ପୁରୁଷ ଥିଲେ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଏକାଦଶୀ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରସରାଜ ବୀର କିଶୋର ସ୍ୱାଇଁ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ଜେନା, ନଳିନୀକାନ୍ତ ନାୟକ,ପୂର୍ଣ୍ଣଚନ୍ଦ୍ର ନାୟକ, ପରୀକ୍ଷିତ ପ୍ରଧାନ, ଅକ୍ଷୟ କୁମାର ଖଟୁଆ, ବିଜୟ କୁମାର କୁଅଁର, ଉପେନ୍ଦ୍ର ମଙ୍ଗରାଜ, ଜାନକୀ ବଲ୍ଲଭ ନାୟକ, ମାଧବ ଜେନା,ପ୍ରମୁଖ ସ୍ବର୍ଗତ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

କୁଶାସନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।  ବହୁ ସାହିତ୍ୟିକ, ସାମ୍ବାଦିକ,ଅଧ୍ୟାପକ ଏବଂ ବୁଦ୍ଧିଜୀବୀ ମାନେ ଜୟନ୍ତୀ ସଭାରେ ଯୋଗଦେଇ ଦିବଂଗତ ପୁରୁଷଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *