ସ୍ୱର୍ଗତଃ ଗୁରୁ ଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା,୦୮/୧୨/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ,ଭାରତୀୟ ଜନ ସଂଘ ଓ ଭାରତୀୟ ଜନତା ପାର୍ଟି ର ରାଜନେତା,ପ୍ରବୀଣ ସାମ୍ବାଦିକ ତଥା ମହାକାଳପଡ଼ା ସହାବାଜପୁର ନିବାସୀ ସ୍ୱର୍ଗତଃ ଗୁରୁ ଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।

ଗୁରୁଚରଣ ଦାସ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ବିଜେପି ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତଙ୍କ ସଂଯୋଜନାରେ ଏବଂ ଜିଲ୍ଲା ସ୍ମୃତି କମିଟି ସଭାପତି ବୈଦ୍ୟନାଥ ଚାଟାର୍ଜୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସ୍ୱର୍ଗତ ଗୁରୁଚରଣ ଦାସ କେବଳ ସ୍ୱୟଂ ସେବକ ନ ଥିଲେ ବରଂ ଏକାଧାରରେ ସେ ଜଣେ ରାଷ୍ଟ୍ରବାଦୀ ନେତା,ମିଶାବନ୍ଦୀ,ସୁସଂଗଠକ,ଦେଶ ଭକ୍ତ,ପ୍ରବୀଣ ସାମ୍ବାଦିକ ଥିଲେ। କେନ୍ଦ୍ରାପଡ଼ା ନୁହେଁ ସମଗ୍ର ଓଡିଶାରେ ସ୍ବର୍ଗତ ଦାସ ଅନେକ ସ୍ୱୟଂସେବକ ଗଢିଛନ୍ତି, ଆଜି ବି ତାଙ୍କ ନୀତି ଆଦର୍ଶରେ ଅନେକ କାର୍ଯ୍ୟକର୍ତ୍ତା କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରଦତ୍ତ ଆଦର୍ଶକୁ ପାଥେୟ କରି ନିସ୍ଵାର୍ଥ ଭାବେ କାର୍ଯ୍ୟ କରି ସଂଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।

ସେହିପରି ମୁଖ୍ୟ ବକ୍ତାଭାବେ ରାଜ୍ୟ ସମବାୟ ଓ ବୟନଶିଳ୍ପ, ହସ୍ତତନ୍ତ, କୁଟୀରଶୀଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସମନ୍ତ, ସମ୍ମାନିତ ଅତିଥି ଭାବେ ଓଡ଼ିଶାର ପୂର୍ବତନ ଖାଦ୍ୟ ଯୋଗାଣ ନିଗମର ଅଧ୍ୟକ୍ଷ ତଥା ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ମହାକାଳପଡ଼ାର ବିଧାୟକଦୁର୍ଗା ପ୍ରସନ ନାୟକ ପ୍ରମୁଖ ସ୍ବର୍ଗତ ଦାସଙ୍କ ରାଷ୍ଟ୍ର ଭକ୍ତି, ନିସ୍ଵାର୍ଥ ପୂର୍ଣ୍ଣ ଜନସେବା, ସଂଘର୍ଷମୟ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜରେ ଉଦାହରଣୀୟ ତଥା ସ୍ୱର୍ଗତଃ ଗୁରୁଚରଣ ଦାସ ଙ୍କ ସମସାମୟିକ ଯେଉଁମାନେ ସେ ସମୟରେ ସଂଗଠନ ପାଇଁ ଲହୁ ଲୁହ ଢାଳି, ନାନା ନିନ୍ଦା ଅପମାନ ସହି ସଂଗଠନର ବୀଜ ବପନ କରିଥିବା ବ୍ୟକ୍ତି ବିଶେଷ ଯଥା ସ୍ୱର୍ଗତ ପ୍ରେମାନନ୍ଦ ପ୍ରଧାନ,ସ୍ୱର୍ଗତ ଗୌରାଙ୍ଗ କର, ସ୍ୱର୍ଗତ ଦେବେନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ମହାପାତ୍ର,ସ୍ୱର୍ଗତ ଅନଙ୍ଗ କୁମାର ସାହୁ, ସ୍ୱର୍ଗତ କୃପାନିଧି ଦାଶ,ସ୍ୱର୍ଗତ ଅନନ୍ତ ନାଥ ଚାଟ୍ଟାର୍ଜୀ , ପ୍ରମୋଦ ମହାପାତ୍ର, ସ୍ୱର୍ଗତ ଧୂଳି ଚରଣ ପ୍ରଧାନ, ମୁରଲୀ ପ୍ରଧାନ, ସ୍ୱର୍ଗତ ନରହରି ପତ୍ରି,ହରିଶ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ଶ୍ରୀନିବାସ ସାହୁ,ରବିନାରାୟଣ ପତି,ଶରତ ଷଡ଼ଙ୍ଗୀ ,ସ୍ୱର୍ଗତ ଓମ ପ୍ରକାଶ ଗୁପ୍ତା, ଉପେନ୍ଦ୍ର ବିଶ୍ୱାଳ,ହୃଷିକେଶ ରଥ,ଗୌରୀ ପ୍ରସାଦ ରଥ, ଅଭିମନ୍ୟୁନାୟକ, ଶ୍ରୀ ଚରଣ ନାୟକ,କମଲ ଦତ୍ତ, ସ୍ୱର୍ଗତ ଅକ୍ଷୟ ଦୀକ୍ଷିତ,ସ୍ୱର୍ଗତ ଦାମୋଦର ଦାସ ପ୍ରମୁଖ ୨୫ ଜଣ ବ୍ୟକ୍ତି ବିଶେଷ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଉତ୍ତରୀୟ, ମାନପତ୍ର, ଉପଢୌକନ, ଫୁଲ ଚାରା ଓ ନାରିକେଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସ୍ମୃତି ସଭାରେ କୈଳାସ ଚନ୍ଦ୍ର ଦାସ, ନୃସିଂହ ଚରଣ ପତ୍ରି,ପ୍ରଫୁଲ୍ଲ ଦାସ,ଉମାଶଙ୍କର ଦାସ, ବିଷ୍ଣୁ ଚରଣ ବେହେରା, ସରୋଜକାନ୍ତ ସାହୁ, ରବିନାରାୟଣ ପତି, ଗୀତାଞ୍ଜଳି ସେଠି, ଗୌରୀ ପ୍ରସାଦ ରଥ, ସୁଲେଖ ପ୍ରଧାନ, ଶରତ ଷଡ଼ଙ୍ଗୀ, ଉପିନ ରାଉତ, ସାମ୍ବାଦିକ ଜଗନ୍ନାଥ ଦାସ, ପ୍ରଦୀପ୍ତ ମହାପାତ୍ର, କବିୟତ୍ରୀ ଅନୁସୟା ମିଶ୍ର, ସର୍ବେଶ୍ୱର ମିଶ୍ର, ଦିପକ ରଥ, ଅନ୍ତର୍ଯ୍ୟାମୀ ବେଜ, ଗୋଲେଖ ଚନ୍ଦ୍ର ବେହେରା ପ୍ରମୁଖ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ।

କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ଉପସଭାପତି ତଥା ତାଙ୍କ ସୁପୁତ୍ର ବିଷ୍ଣୁ ଦାସ,କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ବିଜେପି ନେତା ସୁନାକର ବେହେରା,ପୂର୍ବତନ ସାଂସଦ ଅର୍ଚନା ନାୟକ, ପୂବର୍ତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କରୁଣାକର ସାହୁ,ସଚ୍ଚିଦାନନ୍ଦ ବେହେରା,ଶ୍ରୀମନ୍ତ ଦାସ,ପ୍ରଶାନ୍ତ ସେଠି, ଇଂ ରୁଦ୍ର ନାରାୟଣ ମୁଦୁଲି, ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ, ସିଲୁପ୍ରସାଦ ମହାରଣା, ଇଂ ସୋନୁ ପ୍ରସାଦ ଦଳାଇ, ବିଘ୍ନେଶ ସେଠି, ଯଶୋବନ୍ତ ପାତ୍ର, ଅଶୋକ ସ୍ୱାଇଁ,ବଳରାମ ବେହେରା, ନାରାୟଣ ପ୍ରସାଦ ସିଂହ, ବିନୋଦ ଦାସ,ପ୍ରତାପ ତ୍ରିପାଠୀ, ଲଷ୍ମୀକାନ୍ତ ସ୍ୱାଇଁ,ବିକ୍ରମ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *