ଜାନୁୟାରୀ ୭ ଓ ୮ ଦୁଇଦିନ ଧରି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା

ଜୁନାଗଡ଼, ୧୮/୧୨/୨୦୨୫ (ଓଡ଼ିଶା ସମାଚାର)-  କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ସଭାଗୃହ ଠାରେ ବୁଧବାର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବିଏସଏସଓ ତୁଷାର ରଞ୍ଜନ ସାହୁ, ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ଅଧିକାରୀ ସମେତ ଅନେକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଆସନ୍ତା ଜାନୁୟାରୀ ୭ ଓ ୮ ତାରିଖରେ ଜୁନାଗଡ଼ ବ୍ଲକର ବଣିଜରା ହାଇସ୍କୁଲ ପଡିଆ ଠାରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ଵବର୍ଷ ମଧ୍ୟ ଜୁନାଗଡ଼ ବ୍ଲକ ଦ୍ୱାରା ଏକାକୀ ଭାବେ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବ୍ଲକ ଓ ଏନଏସି ମିଶି କି କଳାହାଣ୍ଡି ଉତ୍ସବ କରିବା ପାଇଁ ଜନସାଧାରଣ ପ୍ରସ୍ତାବ ଦେଇଥିଲେ । ବ୍ଲକ କତ୍ତୃପକ୍ଷ ମଧ୍ୟ ଏଥିରେ ସହମତି ହୋଇ ଦ୍ୱିତୀୟ ପ୍ରସ୍ତୁତି ବୈଠକରେ ଏନଏସିକି ନିମନ୍ତ୍ରଣ କରିଥିଲେ । ହେଲେ ଜୁନାଗଡ଼ ଏନଏସି ପକ୍ଷରୁ ପ୍ରସ୍ତୁତି ବୈଠକକୁ ଆସିବା ତ ଦୂରର କଥା ଏହାର ସମାଧାନ ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେଣୁ ବ୍ଲକ କତ୍ତୃପକ୍ଷ ପକ୍ଷରୁ ବଣିଜରା ହାଇସ୍କୁଲ ପଡିଆରେ ଦୁଇଦିନିଆ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *