ବ୍ୟାସନଗର, ୨୦/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ତା ୨୦, ୫, ୨୦୨୬ ରିଖ ଟାଟା ପାୱାର (ଟି, ପି, ଏନ,ଓ,ଡି,ଏଲ) ପକ୍ଷରୁ ୩ ହଜାରୁ ଉର୍ଦ୍ଧ କାର୍ୟ୍ୟରତ ଵିଏ, ଓ ଆଉଟ ସୌରସିଂ କର୍ମଚାରୀ ମାନଙ୍କୁ ମଇ ୩୧ ରେ ଛଟେଇ କରିବାକୁ ନୋଟିସ ଦେଇଛନ୍ତି । ଏଭଳି ବେଆଇନ ଶ୍ରମିକ ଛଟେଇ ପ୍ରତ୍ୟାହାର ଦାବିରେ ନେସ୍କୋ ଠିକା ଶ୍ରମିକ ସଂଘ ପକ୍ଷରୁ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ବର୍ଣ୍ଣ।ଢ଼୍ୟ ଶୋଭାଯାତ୍ରା ଧବଳଗିରି ଠାରୁ ବାହାରି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଘେରାଉ ସହିତ ଏକ ପ୍ରତିବାଦ ସଭା ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଓଝା, କାର୍ୟ୍ୟକାରୀ ସଭାପତି ଚନ୍ଦନ ସାହୁ, କୋଷାଧ୍ୟକ୍ଷ ଜ୍ୟୋତିପ୍ରକାଶ ପରିଡା, ସୁଶାନ୍ତକୁମାର ଆଇଚ, ଅରୁଣ କୁମାର ଜେନା, ସୁରଜ ତରାଇ, ଗୌରାଙ୍ଗ ବାରିକ, ରଶ୍ମିରଞ୍ଜନ ସାମଲ ଓ ପବିତ୍ର ବାରିକ ପ୍ରମୁଖ ଟାଟା ପାୱାରର ଅତାଦୃଶ୍ୟ ଅନ୍ୟାୟ ପଦକ୍ଷେପ କୁ ଦୃଢ ନିନ୍ଦା କରିବା ସହ ଆଜକୁ ୧୫ ବର୍ଷରୁ ଉର୍ଦ୍ଧ ସ୍ଵଳ୍ପ ବେତନରେ ସ୍ଥାୟୀ ନିଯୁକ୍ତି ଆଶା ରଖି ନିଷ୍ଠାର ସହିତ କାର୍ୟ୍ୟ କରିବା ଓ ବେକ କରିଲେ ଦୁର୍ବାର ଆନ୍ଦୋଳନ ହେବ ବୋଲି ବକ୍ତା ମାନେ ଟାଟା ପାୱାରକୁ ଚେତାବନୀ ଦେଇଥିଲେ।
ରାଜଧାନୀ ଲୋଏର ପିଏମଜି ରେ ଶ୍ରମିକ ମାନଙ୍କ ଅଧିକାର ପାଇଁ ଚାଲିଥିବା ଅହୋରାତ୍ର ଧାରଣାକୁ ସମର୍ଥନ କରିବା ସହିତ ମଇ ୩୦ ପୂର୍ବରୁ ଛଟେଇ ନୋଟିସ ପ୍ରତ୍ୟାହାର ନକଲେ ଏସ.ଇ.ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଜୁନ ୧ ତାରିଖ ପରେ ଗଣଧାରଣା ଦିଆଯିବାକୁ ଶ୍ରୀ ମହାନ୍ତି ଘୋଷଣା କରିଥିଲେ । ଶେଷରେ ଏସ.ଇ ଦାୟିତ୍ୱରେ ଥିବା ପ୍ରମୋଦ କୁମାର ନାୟକଙ୍କ ଜରିଆରେ ଟି.ପି.ଏନ. ଓ .ଡି.ଏଲ ର ମର୍ମରେ ସି.ଇ.ଓ ବାଲେଶ୍ୱର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।
