ପୁସ୍ତକ “ଅନୁଭବର ଇଲାକା “ଲୋକାର୍ପିତ

ସଂଗ୍ରାମୀ ବଂଶୀଧର ମିଶ୍ର ଥିଲେ ଆଗ୍ନେୟ ଶିଖା

ଭୁବନେଶ୍ୱର,୦୩/୦୩/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାନ ବିପ୍ଲବୀ,ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ଶିକ୍ଷାବିତ, ସଂଗଠକ ତଥା ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ସଂଗ୍ରାମୀ ବଂଶୀ ଧର ମିଶ୍ର । ଧର୍ମୀୟ ଭାବନା ସହିତ ଜଣେ ସତ୍ୟନିଷ୍ଠ, ଅମାୟିକ ସରଳ ତ୍ୟାଗ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସ୍ଥାନୀୟ ବୁଦ୍ଧମନ୍ଦିର ଠାରେ ଆୟୋଜିତ ସଭା ରେ ଡ଼ଃ ସଂଘମିତ୍ରା ମିଶ୍ର ଙ୍କ ସ୍ୱରଚିତ ପୁସ୍ତକ “ଅନୁଭବର ଇଲାକା “ଲୋକାର୍ପିତ ହୋଇଯାଇଛି ।

ରତ୍ନଚିରା ପ୍ରକାଶନ ପକ୍ଷରୁ ଆୟୋଜିତ ଓ ସ୍ନେହଲତା ପୃଷ୍ଟି ଙ୍କ ସଂଯୋଜନା ରେ ଆଲୋଚନା ଇତିହାସର ହଜିଲା ଖିଅ” ସଂଗ୍ରାମୀ ବଂଶୀଧର ମିଶ୍ର “ଆଲୋଚନା ରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ପ୍ରବୋଧ ମିଶ୍ର, ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଯୋଗ ଦେଇ ସଂଗ୍ରାମୀ ସ୍ବର୍ଗତ ମିଶ୍ର ଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ସ୍ୱାଧୀନତା ସଂଗ୍ରାମ ଜୀବନ, ଆତ୍ମଗୋପନ ସହ ପ୍ରଚଣ୍ଡ ସ୍ୱାଭିମାନୀ ତଥା ଏପରି ବ୍ୟକ୍ତିତ୍ୱ ବିଶ୍ୱ ଇତିହାସ ରେ ବିରଳ ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ ।

୨୪ ବର୍ଷ କାଳ ଲଣ୍ଡନ ରେ ସୁରତ ଅଲ୍ଲୀ ଭାବେ ଆତ୍ମ ଗୋପନ କରିବା ସହ ପରିବାର ଛାଡି ଭାରତ ର ମୁକ୍ତି ସଂଗ୍ରାମ ପାଇଁ ଲଢେଇ ଜାରି ରଖିଥିଲେ ।ଏହା ସହିତ ଶ୍ରମିକ ସଂଗଠନ କରି ଏକତ୍ରିତ କରିବା ସହିତ ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ସହ ଇତିହାସ ର ଅନେକ ଅନାଲୋଚିତ ତଥ୍ୟ ରହିଛି,ଆତ୍ମ ପ୍ରକାଶ ପାଇ ପାରିନି । ତାହା ଲୋକ ଲୋଚନକୁ ଆସିବା ଆବଶ୍ୟକ ବୋଲି ମତ ରଖିଥିଲେ । ଓଡିଶା ଇତିହାସ ଠିକ ଭାବେ ଲେଖାଯାଇନି । ପୂଜ୍ୟମାନଙ୍କୁ ଯଥା ସମ୍ମାନ କରିବା ଆମ ଉତ୍କଳର ପାତାଳଭେଦି ସଂସ୍କୃତି । ସଂଗ୍ରାମୀ ବିପ୍ଲବୀ ସ୍ବର୍ଗତ ମିଶ୍ରଥିଲେ ସ୍ୱାଧୀନତା ଆନ୍ଦୋଳନ ର ପ୍ରମୁଖ ଦୃଢ ବ୍ୟକ୍ତିତ୍ୱ ଓ ମହାନ କାଣ୍ଡାରୀ, ଗବେଷକ, ପ୍ରକାଶକ । ସେ ଥିଲେ ଆଗ୍ନେୟ ଶିଖା ସଦୃଶ୍ୟ । ତାଙ୍କୁ ସଠିକ ଭାବେ ଆମେ ଜାଣିବା ଓ ଚିହିଁବା ଆବଶ୍ୟକ ସହିତ ତାଙ୍କ ସମ୍ପର୍କ ରେ ଅଧିକରୁ ଅଧିକ ଗବେଷଣା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅପରାଜିତା ମହାପାତ୍ର ।

Leave a Reply

Your email address will not be published. Required fields are marked *