ସ୍ମିତା ପାଇଲେ ଗୋଲ୍ଡ ମେଡ଼ାଲ

ଗରଦପୁର, ୧୭/୦୭/୨୦୨୫(ଓଡ଼ିଶା ସମାଚାର)- ସ୍ମିତା ମହାନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡ଼ାଲ ପାଇଛନ୍ତି । ସ୍ମିତା କମ୍ପ୍ୟୁଟର ସାଇନ୍ସ ରେ ପିଜି କରୁଥିଲେ । ସେଥିରେ ସେଦ ଟପର ହୋଇଛନ୍ତି । ସେଥିପାଇଁ ତାଙ୍କୁ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମିତାଙ୍କୁ ଅଙ୍ଗ ବସ୍ତ୍ର ଓ ଗୋଲ୍ଡ ମେଡ଼ାଲ ପ୍ରଦାନ କରିଥିଲେ । କମ୍ପ୍ୟୁଟର ସାଇନ୍ସ ରେ ମୋଟ୍ ୨୫୦୦ ରୁ ୨୧୫୬ (୮୬.୨୪) ନମ୍ବର ରଖି ଗୋଲ୍ଡ ମେଡ଼ାଲ ପାଇଛନ୍ତି ।
ସ୍ମିତାଙ୍କ ହେଉଛନ୍ତି ପାଟକୁରା ଥାନା ସନିକଟ ଜଗଦଳପୁର ଗ୍ରାମର ଅକ୍ଷୟ ମହାନ୍ତି ଓ ଭାନୁମତି ମହାନ୍ତି ଙ୍କ କନ୍ୟା ଅଟନ୍ତି । ସ୍ମିତାଙ୍କର ଏହି ସଫଳତା ପାଇଁ ସ୍ମିତାଙ୍କୁ ସହପାଠୀ, ଗ୍ରାମବାସୀ ଓ ପଢ଼ୁଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *