ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଦ୍ଵାରା କଟକ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ର ଶିଳାନ୍ୟାସ

କଟକ ସଦର,୦୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ଅନୁମୋଦିତ ଦଶ କୋଟି ଟଙ୍କା ବ୍ୟୟ ଅଟକଳରେ ସିଡିଏ ସେକ୍ଟର-୬ ରେ ପୋଲିସ ହାଉସିଙ୍ଗ ବୋର୍ଡ ପକ୍ଷରୁ ନିର୍ମାଣ ହେବାକୁ ଥିବା କଟକ ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ର ଶିଳାନ୍ୟାସ ଆଜି ମଙ୍ଗଳବାର ଦିନ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଦ୍ୱାରା ହୋଇଥିବା ଜଣାପଡିଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ  କଟକ-ଵାରଵାଟି ବିଧାୟିକା ଇଂ ସୋଫିଆ ଫିରଦୋସ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି କମିଶନର କିରଣଦୀପ କୌର ସହୋଟା, ପୋଲିସ ହାଉସିଂ ଵୋର୍ଡ ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗ ଥିଲେ। ବହୁ ବିଜେପି କର୍ମୀ ଙ୍କ ସହିତ କଟକ ଜିଲ୍ଲାର ଦୁଇ ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଓ ରାମନାରାୟଣ ମହାନ୍ତି ଓ କଟକ ର କୁଶଳୀ ତାରକସି କାରିଗର ପ୍ରମୁଖ ଉପସ୍ଥିତ ଥିଲେ। ଏହା ବର୍ଷକ ମଧ୍ୟରେ ଉଦଘାଟିତ ହେବା ପରେ କଟକ ର ଚାରିଶହ ତାରକସି କାରିଗର ଉପକୃତ ହେବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *