କଟକ ସଦର ,୧୯/୧୧/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ରାମଚନ୍ଦ୍ର ଗୋଛୟତଙ୍କ ପୈ।ରୋହିତ୍ୟରେ ଆଜି ରବିବାର ଦିନ ପରମହଂସ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୬ ତମ ଜନ୍ମଦିନ ପାଳନ କରାଯାଇଛି। ଏଥିରେ ବହୁ କଂଗ୍ରେସ କର୍ମୀ ଓ ନେତାଙ୍କ ସମେତ ପରମହଂସ ପଞ୍ଚାୟତ ସଭାପତି ବେବିନା ସାହୁ, ଉଗ୍ରସେନ ଭୁୟାଁ, ପ୍ରଭାତ ଖଟୁଆ,ନାଜମେର ହୁସେନ ଖାଁ, ଋଷି କାଣ୍ଡି, ବ୍ରହ୍ମାନନ୍ଦ ରାଉତ, ଶଙ୍କର ପଟ୍ଟନାୟକ, ଦିଲ୍ଲିପ ସାମଲ, ରଞ୍ଜନ ନାୟକ,ମନା ଖାଁ,ଗୋଲାପ ଭୋଇ, ସସ୍ମିତା ଭୋଇ,ଗୁରିଆ ଭୋଇ, ଶୁକଦେବ ଭୋଇ, ବଳରାମ ଦାସ,କାଲା ଖାଁ ପ୍ରମୁଖ ଯୋଗ ଦେଇ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କର ଗୁଣାଵଳି ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ପ୍ରଦୀପ ସାହୁ ଧନ୍ୟବାଦ ଦେଇଥିଲେ।
କଟକ ସଦର ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳନ
