ଆସନ୍ତା ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତହେବ ସମ୍ମାନଜନକ ୫ମ ଫ୍ଲୋଉତ୍କଳ ପୁରସ୍କାର – ୨୦୨୫

ଭୁବନେଶ୍ୱର,୦୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଫିକିଫ୍ଲୋ ଭୁବନେଶ୍ୱର ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଓଡିଶାର ସମ୍ମାନଜନକ ପୁରସ୍କାର ସମାରୋହ “୫ମ ଫ୍ଲୋଉତ୍କଳ ପୁରସ୍କାର – ୨୦୨୫” ଅନୁଷ୍ଠିତ ହେବବୋଲି ଫ୍ଲୋଭୁବନେଶ୍ୱରର ଅଧ୍ୟକ୍ଷା ତଥା ଓଡିଶାର ଯୁବ ମହିଳା ଉଦ୍ୟୋଗୀ ରଶ୍ମିସାହୁ ପ୍ରକାଶ କରିଛନ୍ତି । ଏହି ସମ୍ମାନ ସଫଳ ମହିଳାମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ । ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ତଥା କୃତୀ ମହିଳାମାନଙ୍କୁ ଦୀର୍ଘ ୫ ବର୍ଷ ଧରିଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଉଅଛିି ।
ଚଳିତବର୍ଷ ଫ୍ଲୋ ସି.ଏସ୍.ଆର, ଫ୍ଲୋଏମ୍.ଏସ୍.ଏମ.ଇ, ଫ୍ଲୋମାଇକ୍ରୋ ନାନୋ, ଫ୍ଲୋବୃହତର ଉଦ୍ୟୋଗ, ଫ୍ଲୋ ଯୁବଉଦ୍ୟୋଗୀ, ଫ୍ଲୋଷ୍ଟାଟଅପ୍, ଫ୍ଲୋସବୁଜ ଉଦ୍ୟୋଗୀ, ଫ୍ଲୋଟେକ୍ ସମ୍ମାନ, ଫ୍ଲାମେଡିଆ ସମ୍ମାନ, ଫ୍ଲୋ ଫ୍ୟାସନ, ଫ୍ଲୋକ୍ରୀଡା, ଫ୍ଲୋସାମାଜିକ ଉଦ୍ୟୋଗୀ, ଫ୍ଲୋ ପାରମ୍ପାରିକ ଖାଦ୍ୟ ଓ ଫ୍ଲୋ ସାଂସ୍କୃତିକ ସମ୍ମାନ ଆଦି ୧୪ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ । ସଫଳ ମହିଳା ବ୍ୟକ୍ତିବିଶେଷ ଅଥବା ମହିଳା କୈନ୍ଦ୍ରୀକ ସଂସ୍ଥାନ ନିଜ ନିଜର କ୍ଷେତ୍ରରେ ଅସାଧାରଣ କୃତୀତ୍ୱ ପାଇଁ ଆବେଦନ କରି ପାରିବେ । ଆବେଦନକାରୀ ଫ୍ଲୋଗୁଗଲ ଫର୍ମ ବା ପ୍ରଦତହ୍ୱାଟ୍ସଆପ୍ ୮୧୧୮୦୯୫୩୪୪ ରେ ଆବେଦନ କରି ପଞ୍ଜିକୃତ କରିପାରିବେ । ଆବେଦନର ଶେଷ ତାରିଖ ଆସନ୍ତା ଫେବୃଆରୀ ୨୦ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଆସନ୍ତା ୨୫ ତାରିଖ ସୁଦ୍ଧା ବିଜେତା ମାନଙ୍କୁ ଚୟନ କରାଯିବ ବୋଲି ଏହି ପୁରସ୍କାରର ବିଚାରକ ମଣ୍ଡଳୀ ଯଥା ଓରମାସ୍ ର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିପିନ୍ ବିହାରୀ ରାଉତ, ଇନ୍ଷ୍ଟିିଚୁ୍ୟଟ୍ ଅଫ୍ ହୋଟେଲ ମ୍ୟାନେଜ୍ମେଂଟର ପୂର୍ବତନ ଅଧ୍ୟକ୍ଷା ତଥା ଭୁବନେଶ୍ୱର ରୋଟାରୀ କ୍ଲବର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟାକୁମାରୀ ପାଣିଗ୍ରାହୀ, ଆ.ଏସ୍.ଟି.ଡି.ର ଭୁବନେଶ୍ୱର ଅଧ୍ୟକ୍ଷ ଡ. ପ୍ରବୋଧ କୁମାର ମହାନ୍ତି, ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଡ. ରୋଜାଲିନ୍ ପାଟଶାଣୀ ପ୍ରକାଶ କରିଛନ୍ତି ।
ଅନୁଷ୍ଠିତ ହେବାକୁ ଥିବା ଏହି ପୁରସ୍କାର ସମାରୋହରେ ଓଙ୍ଗିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାକୁ ଥିବାବେଳେ ଏଥିରେ ବହୁସଂଖ୍ୟାରେ ଭାଗନେବାକୁ ଫ୍ଲୋଭୁବନେଶ୍ୱର ପକ୍ଷରୁ ନିବେଦନ କରାଯାଉଛି ।

Leave a Reply

Your email address will not be published. Required fields are marked *