ନିରାକାରପୁର, ୧/୭/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ସଂଘ ସ୍ୱନକ୍ଷତ୍ରରେ ଆଜି ସଂଘ ପରାମର୍ଶ ମୁତାବକ ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ କରି କାର୍ୟ୍ୟକ୍ରମକୁ ଆରମ୍ଭ କରି ସଂଘ ର ଦୀର୍ଘାୟୁ କାମନା କରିଥିଲେ। ଏହି କାର୍ୟ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
୬୬୨ ଅଧ୍ୟାପକ ଓ କର୍ମଚାରୀଙ୍କ ସଂଘ ସ୍ୱନକ୍ଷତ୍ରରେ ବୃକ୍ଷ ରୋପଣ
