କଟକ ସଦର,୧୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର କଲେଜର ନୂତନ ଶ୍ରେଣୀଗୃହ କୁ ଆଜି ବୁଧବାର ଦିନ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଟକ ସଦର ବିଧାୟକ ତଥା ଉକ୍ତ କଲେଜର ଛାତ୍ର ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ଉଦଘାଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷ ସଂଜିବ ପଟ୍ଟନାୟକ, ସଦର ଵିଡିଓ ପ୍ରତୀକ ସାହୁ, କନିଷ୍ଠ ଯନ୍ତ୍ରୀ ସୁଜାତା ସିଂ ପ୍ରମୁଖ ଯୋଗ ଦେଇଥିଲେ। ହେଲେ ମନ୍ତ୍ରୀ ନଡ଼ିଆ ବାଡେଇବା ବେଳେ ଇଟା ଭାଙ୍ଗି ଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ସେହିପରି କଲେଜରେ ଚାଲିଥିବା ଅଧାପନ୍ତରିଆ କାର୍ଯ୍ୟ କେବେ ସରିବ ବୋଲି ଵିଡିଓ ଙ୍କୁ ପଚାରିଥିଲେ। ଏହାପରେ ମନ୍ତ୍ରୀ କଲେଜର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହିତ କିଛି ସମୟ ଭାଵ ଵିନିମୟ କରିଥିଲେ। ଏଥିରେ ଡ଼ଃ ଅନାଦି ଚରଣ ବରାଳ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନେ ଭାବ ବିନିମୟରେ ସହାୟତା କରିଥିଲେ।
