ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବାମହିଳା ଭତା ପାଇବାରୁ ବଂଚିତ

ବାଲିଗୁଡା, ୧୭/୧୨/୨୦୨୫(ଓଡ଼ିଶା ସମାଚାର)-ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବା ମହିଳା ଭତା ପାଇବାରୁ ବଂଚିତ ହୋଇଛନ୍ତି । ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ପୁରୁଣା ସାହିର ଫିମ୍ପା ବିନ୍ଧାଣୀ(୪୧) ଙ୍କ ଭୋଟପରିଚୟପତ୍ର.ରେସନକାର୍ଡ,ବ୍ୟାଙ୍କ ଖାତା ରେ ଫିମ୍ପା ବିନ୍ଧାଣି ରହିଛି ଓ ଏହା ତାଙ୍କର ପ୍ରକୃତ ନାମ । କିନ୍ତୁ ଆଧାର କାର୍ଡ ନମ୍ବର ୪୯୪୨୯୮୩୯୩୪୫୯ରେ ବୈଦିଆ ବିନ୍ଧାଣି ହୋଇଯାଇଛି ।

ବୈଦିଆ ବିନ୍ଧାଣି ତାଙ୍କ ପୁଅ ର ନାମ । ମା ପୁଅ ଙ୍କର ଦୁଇଟି ଆଧାର କାର୍ଡରେ ଗୋଟିଏ ନାମ ହୋଇଯାାଇଛି । ଯାହାଫଳରେ ସେ ବିଧବା ଭତା ଠାରୁ ଆରମ୍ଭ କରି ସମସ୍ତ ଭତା ଏବଂ ଆବାସ ଯୋଜନା ଆଦି ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଗରୀବ ଓ ନିରିହ ହୋଇଥିବାରୁ ତାଙ୍କର ଆଧାରକାର୍ଡରେ ନାମ ତ୍ରୁଟି ସଂଶୋଧନ କରିପାରୁନାହାନ୍ତି । ଏହି ଭୁଲ ପାଇଁ ସେ ସମସ୍ତ ସରକାରୀ ଓ ବେସରକାରୀ କାଗଜ ପତ୍ରର କାମ କରିପାରୁନାହାନ୍ତି । ସେ ଅନୁରୋଧ କରିଛନ୍ତି ଯେ ଆଧାରକାର୍ଡରେ ତାଙ୍କ ନାମକୁ ସଂଶୋଧନ କରିବାକୁ , ଯାହାଫଳରେ ସେ ସମସ୍ତ ସୁବିଧା ପାଇପାରିବେ । ଏହି ବାବଦରେ ବିଡିଓ ଅକ୍ଷୟ ମଳିକ କହିଛନ୍ତି ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବି ।

Leave a Reply

Your email address will not be published. Required fields are marked *