ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ସଭାରୁ ଏକାଧିକ ମୋବାଇଲ ଫୋନ୍ ପକେଟ୍ ମାର ହୋଇଥିବା ଅଭିଯୋଗ

କଟକ ସଦର,୧୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ବୁଧବାର ଦିନ କିଶନନଗର ଠାରେ ଅନୁଷ୍ଠିତ ଓଡ଼ିଶା ର ପ୍ରଥମ ରାଜଵନ୍ଦୀ ପୂର୍ବତନ ମନ୍ତ୍ରୀ ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ସମାରୋହ ରେ ମନ୍ତ୍ରୀ ବିଧାୟକ ମାନେ ଯୋଗ ଦେଇଥିବା ରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଯୋରଦାର କରାଯାଇଥିଲା।

ହେଲେ ଅନ୍ୟ ପଟେ ଏହି ସୁଯୋଗରେ ମୋବାଇଲ୍ ଚୋର ମାନେ ସକ୍ରିୟ ଥିବା ଜଣାଯାଇଛି। ଦୂର୍ଵୃତ ମାନେ ୧୦ ରୁ ୧୨ ଟି ମୋବାଇଲ୍ ପକେଟ୍ ମାର କରିଥିବା ଅଭିଯୋଗ ହୋଇଛି। ଆଗରୁ କିଶନନଗର ଠାରେ ହୋଇଥିବା ଅନେକ ସଭାସମିତି ରେ ଏଭଳି ଅଭିଯୋଗ ଶୁଣାଯାଇଥିଲା ବେଳେ ଏହା ପ୍ରଥମ ଘଟଣା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *