ଗୋଷ୍ଠୀ ସଞ୍ଚାରିତ ସଂରକ୍ଷଣ ଓ ଜୀବିକା ଅଭିମୁଖ୍ୟ ଶୀର୍ଷକ କର୍ମଶାଳା

ଭୁବନେଶ୍ୱର,୨୬ /୯/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ସିୱାଇଏସଡି ଠାରେ ଗୋଷ୍ଠୀ ଭିତ୍ତିକ ଜଙ୍ଗଲ ର ସୁରକ୍ଷା ତଥା ପରିବେଶ ଅନୁକୂଳ କୃଷି ବିକାଶ କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ନିର୍ମାଣ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।ନିର୍ମାଣ ମୁଖ୍ୟ ପ୍ରଶାନ୍ତ ମହାନ୍ତି ମତବ୍ୟକ୍ତ କରି କହିଲେ ଯେ, ଗ୍ରାମବାସୀ ମାନେ ଜଙ୍ଗଲ ର ସୁରକ୍ଷା ପାଇଁ କରୁଥିବା ଉପାୟ କେତେଦୂର ସଫଳ ଓ ଫଳପ୍ରଦ ହୋଇଛି, ତାହାର ବୈଜ୍ଞାନିକ ଦୃଷ୍ଟି କୋଣ ଦ୍ୱାରା ସର୍ବ ସାଧାରଣ ରେ ପ୍ରକାଶ କରିବା ଆବଶ୍ୟକ । ଉଦ୍ଭିଦ ବିଜ୍ଞାନି ଡ଼ ହେମନ୍ତ କୁମାର ସାହୁ ଗୋଷ୍ଠୀ ସହାୟତା ରେ ଜଙ୍ଗଲ ର ସୁରକ୍ଷା, ପରିବେଶ ସୁରକ୍ଷା ଓ ନିରାପତ୍ତା ସମ୍ପର୍କ ରେ ଆଲୋକପାତ କରିଥିଲେ । ଡ଼ ଅରବିନ୍ଦ ବେହେରା,ଏକାଦଶୀ ନନ୍ଦୀ, ଭୁତତ୍ତ୍ୱବିତ ଅମ୍ରିତା ପାଖରାଶି ପ୍ରମୁଖ ଜଙ୍ଗଲ ସୁରକ୍ଷା, ପକ୍ଷୀ ସୁରକ୍ଷା ଓ ବୈଜ୍ଞାନିକ ପଦ୍ଧତି ରେ ପରିବେଶ, ଜଙ୍ଗଲ ସୁରକ୍ଷା, ଗୋଷ୍ଠୀ ଙ୍କ ଦ୍ୱାରା ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅରୁଣିମା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଇଥିବା ବେଳେ ବହୁ ପରିବେଶ ବିତ,ସାମାଜିକ ସଂଗଠନ ପ୍ରତିନିଧି ଯୋଗ ଦେଇ ନିଜ ନିଜ ର ମତାମତ ପ୍ରଦାନ କରିଥିଲେ । ଶେଷରେ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *