ପ୍ରହରାଜପୁର ରେ ପିଏମଏଫଏମଇ ସଚେତନତା ଶିବିର

କଟକ ସଦର ,୧୬/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଠାରେ ଆଜି ମଙ୍ଗଳବାର ଦିନ କଟକ ଓରମାସ୍ ଓ ପ୍ରହରାଜପୁର ନବଗ୍ରହ ଫାର୍ମ ପ୍ରଡ୍ୟୁସର କମ୍ପାନୀ ମିଳିତ ଆନୁକୁଲ୍ୟରେ ଏବଂ କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ପୃଷ୍ଠପୋଷକତାରେ ପ୍ରଧାନମନ୍ତ୍ରୀ ଅଣୁଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟଗ ବୈଧିକରଣ ଯୋଜନା (ପିଏମଏଫଏମଇ) ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ନବଗ୍ରହ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶିକା ସୁଭଦ୍ରା ଦାସ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ମନୋଜ କୁମାର ମହାପାତ୍ର, ନମିତା ମିଶ୍ର,ଓରମାସ ଅଧିକାରୀ ବିରଜା ପ୍ରସାଦ ସେଠୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କିଶନନଗର ଶାଖା ପ୍ରବନ୍ଧକ ଫଗୁ ଚରଣ ସେଠୀ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଗଡମା ଶାଖା ପରିଚାଳିକା ଚନ୍ଦନା ଅଧିକାରୀ, ରବିନ୍ଦ୍ର କୁମାର ସାହୁ, ଶୁଭ ରଂଜନ ମହାପାତ୍ର, ବିଶ୍ୱଜିତ୍ ଦାଶ ପ୍ରମୁଖ ଯୋଗ ଦେଇ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ,ଉଦ୍ୟୋଗୀ ମାନସୀ ଓଝା, ଝରଣା ବେହେରା, ଲକ୍ଷ୍ମୀ ପ୍ରିୟା ମହାରଣା ପ୍ରମୁଖ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବହୁ ଆଗ୍ରହୀ ବ୍ୟକ୍ତି ଓ ସ୍ୱୟଂ ସହାୟିକା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *