ପ୍ରେସ କ୍ଲବ ତରଫରୁ ପଖାଳ ଦିବସ ପାଳିତ

କଟକ,୨୦/୦୩/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )କଟକ ସଦରପ୍ରେସ କ୍ଳବ ଆନୁକୂଲ୍ୟରେ ପଖାଳ ଦିବସ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵ ର ସ୍ଥିତ ଚିନ୍ତାମଣି ଫାର୍ମରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ସୁରେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାରଙ୍ଗ ବ୍ଲକ ଉପାଧ୍ୟକ୍ଷା ବିରାଜିନୀ ମଲିକଙ୍କ ପ୍ରତିନିଧି ଭରତ ସାମଲ ଓ ଯୁବ ସଂଗଠକ ବିଶ୍ଵରଞ୍ଜନ ସାହୁ ଅତିଥିରୂପେ ଯୋଗଦେଇ ପଖାଳ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ବାଦିକ ଅଜୟ କୁମାର ଦାଶ, କାନନ ବିହାରୀ ନାୟକ, ରମେଶ ଚନ୍ଦ୍ର ପ୍ରଧାନ, ରାଜକିଶୋର ବେହେରା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଆଦିତ୍ୟ ଛୋଟରାୟ, ବିଭୂତିଭୂଷଣ ତରାଇ, ଗଜେନ୍ଦ୍ରନାଥ ଦାସ ଓ ଅଜୟକୁମାର ପାତ୍ର ଉପସ୍ଥିତ ରହି ପଖାଳ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ଯେପରି ଜଡ଼ିତ ସେହିପରି ଏହା ଶରୀର ପାଇଁ ଅତ୍ୟନ୍ତ ହିତକରବୋଲି କହିଥିଲେ । ଏହି ଅବସରରେ ଦହି ପଖାଳ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା । ପ୍ରେସ କ୍ଳବ ସମ୍ପାଦକ ପ୍ରତାପ କେଶରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *