କେଶପୁର ଠାରେ ସାଂସଦ ଖେଳ ମହୋତ୍ସବ, ଭଲିବଲ ଟୁର୍ଣ୍ଣାମେଣ୍ଟରେ ଥୋରିଆପଡା ଚମ୍ପିୟାନ 

କଟକ ସଦର ,୧୬/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ କେଶପୁର ଖେଳ ପଡିଆ ଠାରେ ଗତକାଲି ସୋମବାର ରାତିରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବ ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ କେଶପୁର କୁ ହରାଇ ଥୋରିଆପଡା ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଉପଲକ୍ଷେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସମେତ ବରିଷ୍ଠ ବିଜେପି ନେତା ହୃଷିକେଶ ଜେନା, ମଣ୍ଡଳ ସଭାପତି ନିରଂଜନ ରାଉଳ, ପୂର୍ବତନ ସଭାପତି ଅଭୟ ସ୍ୱ।ଇଁ, ମହୋତ୍ସବ ର ସଦର ସଂଯୋଜକ ସମୀର ସେନାପତି ପ୍ରମୁଖ ଏଥିରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *