ରାଜ୍ୟସ୍ତରୀୟ ୩୦ ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାୟନୀୟର ସ୍ପୋର୍ଟି ପୁରୀ ସେମି ରେ

ନିମାପଡ଼ା,୦୪/୦୧/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା କ୍ରିକେଟ ଜଗତରେ ରେକର୍ଡ଼ ସୃଷ୍ଟି କରିଥିବା ନିମାପଡ଼ାର ସୁନାମଧନ୍ୟ ଯୁବ କ୍ରିକେଟର ସ୍ୱର୍ଗତଃ ତାପସ ଦାସଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ରାଜ୍ୟସ୍ତରୀୟ ୩୦ ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜିଠୁ ଆରମ୍ଭ ହୋଇଛି । ସ୍ଥାନୀୟ ବାରବାଟୀ ପଡିଆ ମିନିଷ୍ଟାଡିୟମରେ ନିମାପଡ଼ା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ  ପାୟନୀୟର ସ୍ପୋର୍ଟି ପୁରୀ ବନାମ  ପାରାମାଉଣ୍ଟ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ପାୟନୀୟର ସ୍ପୋର୍ଟି ପୁରୀ ଟଚ୍ ଜିତି ୨୫ ଓଭରରେ  ରାଜେଶ ବେହେରାଙ୍କ ସର୍ବାଧିକ ୬୮ ରନ୍ କରି ସାତ  ଓ୍ବିକେଟ ହରାଇ ୨୩୨ ରନ୍ କରିଥିବାବେଳେ ଦ୍ବିତୀୟ ଇନିଂସ ରେ ପାରାମାଉଣ୍ଟ ଭୁବନେଶ୍ଵର ରନ୍ ପିଛା କରି  ଦେବାଶିଷ ସାମନ୍ତରାୟ ୪୯ ଓ ଅଂଶୁମାନ ସାହୁ ୩୫ କରି ୯ ଟି ୱିକେଟ୍ ହରାଇ ୧୩୭ ରନ୍ କରି ଶେଷରେ ୫୯ ରନ୍ ପରାଜୟ ବରଣ  କରିଥିଲେ। ମ୍ୟାନ ଅଫ ଦି ମ୍ୟାଚକୁ  ରାଜେଶ ବେହେରାଙ୍କୁ ଅତିଥି ପ୍ରାର୍ଥସାରଥୀ ଛୋଟରାୟଙ୍କଦ୍ଵାରା ପୁରସ୍କାର ଦିଆଯାଇଥିଲା।ଆଜିର ଉଦଘାଟନୀ ମ୍ୟାଚ୍ ରେ ଆଥଲେଟିକ ଆସୋସିଏସନ ସଭାପତି ଅକ୍ଷୟ କୁମାର ବେହେରା ସଭାପତିତ୍ବରେ  ମୁଖ୍ୟ ଅତିଥି ରୂପେ ପୁର୍ବତନ ମନ୍ତ୍ରୀ ରାଜ୍ୟ ବିଜେପିର ମୁଖପାତ୍ର ସମୀର ରଞ୍ଜନ ଦାଶ,ପତିତପାବନ ସେବା ସଂଘର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ଜଗତ ପ୍ରସାଦ ସାବୁତ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ କୁମାର ଖଟୋଇ,ଜିବନାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ  ଅଭିନନ୍ଦନ ପାତ୍ର ଓ ତ୍ରୀବୁଭନନାଥ ଦାଶ ପରିଚାଳନା କରିଥିଲେ ।

ଆସନ୍ତାକାଲିର ମ୍ୟାଚ ସୋଲାର କ୍ରୀକେଟ କ୍ଲବ,କଟକ ସହିତ ପ୍ରଗତି ସ୍ପୋର୍ଟଙ୍ଗ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *