କେନ୍ଦ୍ରାପଡ଼ା,୧୫/୧୨/୨୦୨୫(ଓଡ଼ିଶା ସମାଚାର)-ଭୁବନେଶ୍ୱରସ୍ଥିତ କିଟ୍ ରେ ଅନୁଷ୍ଠିତ ଜାତୀୟ ଭଲିବଲ ଚୟନ ଶିବିରରେ ବଗଡା ସ୍ପୋର୍ଟସ ଏକାଡେମୀର ମୋସୀ ଖେରା ଓ ଚନ୍ଦନ ରାଉତଙ୍କୁ ଚୟନ କରାଯାଇଛି । ଉଭୟ ଖେଳାଳୀ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଭଲିବଲ ଟିମର ୧୮ବର୍ଷରୁ କମ ଖେଳାଳୀ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ଉକ୍ତ ପ୍ରତିଯୋଗିତା ରାଜସ୍ଥାନର ଝୁନଝୁନ୍ ରେ ଅନୁଷ୍ଠିତ ହେବ । ଏହି ସଫଳତା ପାଇଁ ବଗଡା ସ୍ପୋର୍ଟସ ଏକାଡେମୀର କର୍ମକର୍ତାମାନେ ଉଭୟ ଖେଳାଳୀଙ୍କୁ ଶୁଭେଛା ଜଣାଇବା ସହ ସଫଳତାର ପାହାଚ ପରେ ପାହଚ ଅତିକ୍ରମ କରିବାକୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି ।
ବଗଡା ସ୍ପୋର୍ଟସ ଏକାଡେମୀର ସଫଳତା
