ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ 

ଯାଜପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କର )-ପ୍ରତିବର୍ଷ ପରି ଚଳିତ ବର୍ଷ  ଯାଜପୁର ଜିଲ୍ଲା ସାହସପୁର ପଞ୍ଚାୟତ ଅନ୍ତର୍ଗତ ଡ଼ଅଁରକୂଳ ଖେଳପଡିଆ ଠାରେ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ଼ଅଁରକୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମିନା ତୁଲ୍ଲା ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଭରତ ଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ । ଛ  ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି  ଟୁର୍ଣାମେଣ୍ଟ ରେ ପ୍ରଥମ ଦିନରେ ମୋଟ ୪ ଟି ଦଳ ଭାଗ ନେଇଥିଲା ବେଳେ ଆସନ୍ତା ୧୭ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି।

 ଆଜିର ଉଦ୍ଘାଟନୀ ଉତ୍ସବରେ ପ୍ରଦୀପ ମେମୋରିଆଲ କ୍ରିକେଟ କ୍ଲବ ର ପୁରାତନ ଖେଳାଳି ମନୋଜ ଶର୍ମା, ଚିନ୍ମୟ ରାଉତ, ଶୁଭ୍ରାଂଶୁ ଶେଖର ଶର୍ମା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *