କଳାହାଣ୍ଡି ୦୩/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ସଭାପତି ଶ୍ରୀ ବେଦବ୍ୟାସ ପଧାନଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅଧମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ସଂଘ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ଉତ୍ସବରେ କଳାହାଣ୍ଡି ଜୋନ୍ ର ସଦ୍ୟ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ କମଳାକାନ୍ତ ପ୍ରହରାଜ ଓ ବିଭାଗର ୫୬ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଉକ୍ତ ସମ୍ବର୍ଦ୍ଧନା ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଥୁଅମୂଳ ରାମପୁର, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅରବିନ୍ଦ ରାୟ,ଜିଲ୍ଳା ମଂଗଳ ଅଧିକାରୀ, କଳାହାଣ୍ଡି, ସ୍ୱତନ୍ତ୍ର ଅତିଥି ଭାବେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ କମଳାକାନ୍ତ ପ୍ରହରାଜ, ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ ଅଧିକାରୀ , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର କଳାହାଣ୍ଡି ଶ୍ରୀଯୁକ୍ତ ନନ୍ଦକିଶୋର ତାଣ୍ଡି, ଜିଲ୍ଳା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଓ ନୁଆପଡା ଶ୍ରୀଯୁକ୍ତ ଉଦୟ ସିଂହ ମାଝୀ,ଭାରପ୍ରାପ୍ତ ମଣ୍ଡଳ ଶିକ୍ଷା ନିରୀକ୍ଷକ କଳାହାଣ୍ଡି ଜୋନ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମହାରଣା, ସହକାରୀ ଜିଲ୍ଲାପାଳ, କଳାହାଣ୍ଡି ଶ୍ରୀଯୁକ୍ତ ହରି ସିଂ ମାଝୀ,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟ,ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ମୋହିତ କୁମାର ଭୋଇ, ସଂଘ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର,ସଂଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାଧେଶ୍ୟାମ ବେହେରା, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ରନାଥ ସାହୁ,ରାଜ୍ୟ ସଂଘ ଅଡିଟର୍ ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡା, ଅଧମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶତ୍ରୁଜିତ ପତି ପ୍ରମୁଖ ମଞ୍ଚାସୀନ ଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ଛତ୍ରିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଘର ଉପ ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ସାହୁ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ। ବିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍ ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ସଂଘର ଆଗାମୀ କାର୍ଯ୍ୟଧାରା ବିଷୟରେ ଅବଗତ କରାଇଥିଲେ।ଉକ୍ତ ସମ୍ବର୍ଦ୍ଧନା ଉତ୍ସଵ ରେ ପ୍ରାୟ ୨୦୦ ରୁ ଅଧିକ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମରେ ସଂଘ ର ଉପଦେଷ୍ଟା ଦୀପକ ପଣ୍ଡା, କୋଷାଧ୍ୟକ୍ଷ ଗିରିଧାରୀ ବାରିକ,ସହ ସମ୍ପାଦକ ଆଲୋକ ସାହୁ,କେସିଙ୍ଗା ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ସା,ଜଗମୋହନ ସାହୁ,ଅଧମୁଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭାଗର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହଯୋଗରେ ସଭାଟି ସଫଳ ହୋଇଥିଲା।