ଓଡ଼ିଶା ସିଭିଲ୍‌ ସର୍ଭିସ ଭଲିବଲ୍‌ ଟିମ୍‌ର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର,୧୮/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦିଲ୍ଲୀର ପିତାମ୍‌ପୁରାଠାରେ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ପାଇଁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ଭଲିବଲ୍‌ ଟିମ୍‌ର ସଦସ୍ୟମାନେ ଆଜି ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି ଦଳରେ ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟ ଯାତ୍ରା କରିଛନ୍ତି ।

କେନ୍ଦ୍ରୀୟ ସିଭିଲ୍‌ ସର୍ଭିସ୍‌ ସାଂସ୍କୃତିକ ଓ କ୍ରୀଡ଼ା ବୋର୍ଡ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଦେଶର ସମସ୍ତ ରାଜ୍ୟର ସିଭିଲ୍‌ ସର୍ଭିସ୍‌ ଟିମ୍‌ ଭାଗନେବେ । ଓଡ଼ିଶା ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀ ଚନ୍ଦନ କୁମାର ମଣ୍ଡଳ, ଶ୍ରୀ ନାରାୟଣ ଦାସ, ଶ୍ରୀ ଜଳେନ୍ଦ୍ର କୁମାର ପ୍ରିବକା, ଶ୍ରୀ ଅକ୍ଷୟ କୁମାର ମିଶ୍ର, ଶ୍ରୀ ଆଶୁତୋଷ ତ୍ରିପାଠୀ, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, ଶ୍ରୀ ଆଶିଷ ବେହେରା, ଶ୍ରୀ ଜଗନ୍ନାଥ ପ୍ରସାଦ ବଳ, ଶ୍ରୀ ପାର୍ଥସାରଥି ଜେନା, ଶ୍ରୀ ରଶ୍ମିରଞ୍ଜନ ଦାସ, ଶ୍ରୀ ଅବିନାଶ ଜେନା, ଶ୍ରୀ ବିଚିତ୍ର ପ୍ରଧାନ, ଶ୍ରୀ ରାଜେଶ ସେନାପତି ପ୍ରମୁଖ ଭାଗନେବେ । ଏହି ଦଳରେ ପ୍ରଶିକ୍ଷକ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ ଏବଂ ମ୍ୟାନେଜର ଭାବେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଖେଳାଳୀମାନଙ୍କ ସହ ମଧ୍ୟ ଦିଲ୍ଲୀ ଯାତ୍ରା କରିଛନ୍ତି ।

ଆଜି ଭୁବନେଶ୍ୱର ରେଲେୱ ଷ୍ଟେସନ୍‌ଠାରେ ବରିଷ୍ଠ ଅଧିକାରୀଗଣ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତମ କ୍ରୀଡ଼ାନୈପୁଣ୍ୟ ପାଇଁ ଶୁଭକାମନା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *