ନୂତନ ପ୍ରସିକୁ୍ୟସନ ଉପନିର୍ଦେଶକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୦/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ପ୍ରସିକୁ୍ୟସନ ଉପନିର୍ଦେଶକ ବିରେନ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାରପ୍ରାପ୍ତ ପବ୍ଲିକ ପ୍ରସିକୁ୍ୟଟର ସଞ୍ଜୟ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରସିକୁ୍ୟସନ ଉପନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଉତରୀୟ, ପୁଷ୍ପଗୁଛ ଓ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ‘ଫଟୋ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ଅବସରରେ ପ୍ରସିକୁ୍ୟସନ ଉପନିର୍ଦେଶକ ଶ୍ରୀ ପଣ୍ଡା ସରକାରୀ ଓକିଲମାନେ ଅଦାଲତରେ ସଠିକ ଭାବରେ ମାମଲା ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିବା ସହ ମାମଲା ଗୁଡିକର ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ ।

ଅଦାଲତରେ ମାମଲା ଗୁଡିକର ବିଚାର ପରେ ଦଣ୍ଡବିଧାନ ପ୍ରତିଶତ ହ୍ରାସ ପାଉଥିବା ସମ୍ପର୍କରେ ଆଲୋଚନା କରି ଉପନିର୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ଏହା ମଧ୍ୟରେ ଅବକାରୀ ମାମଲା ଗୁଡିକ ରହୁଥିବାରୁ ଏପରି ହେଉଛି ।

ଏଥିସହିତ ଉପନିର୍ଦେଶକ ଶ୍ରୀ ପଣ୍ଡା ପୋଲିସ ଓ ସରକାରୀ ଓକିଲମାନଙ୍କ ମଧ୍ୟରେ ସେ ସେତୁ ସଦୃଶ କାମକରିବେ ବୋଲି କହିବା ସହିତ ଜିଲାର ସମସ୍ତ ସରକାରୀ ଓକିଲମାନଙ୍କ ସହଯୋଗ କାମନା କରିଥିଲେ । ସ୍ୱତନ୍ତ୍ର ପିପି ମନୋଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏପିପି ବ୍ରଜସୁନ୍ଦର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ଭୀମସେନ ପ୍ରଧାନ, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ଅରୁଣ କୁମାର ସାମଲ, ନିରଞ୍ଜନ ବଳ, ପ୍ରତିମା ଓଝା, ସରୋଜ କୁମାର ଜେନା, ମୀର ଅଫସଲ ଅଲ୍ଲୀବକ୍ସ, ଅଜୟ କୁମାର ମହାନ୍ତି, ମଧୁଶ୍ମ୍ମିତା ଦାସ, ହରପ୍ରିୟା ସାହୁ, ପ୍ରଭାତ କୁମାର ଜେନା, ବିରକିଶୋର ମହାନ୍ତି,ନଳିନୀକାନ୍ତ ମଙ୍ଗରାଜ, ମାନସ କୁମାର ଧଳ, ସ୍ମୃତିରଞ୍ଜନ ସିଂ, କଳାକାର ରାଉତ, ସେକ ଅଜିମୁଦ୍ଧିନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *