ରାୟଗଡାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ନବମ ପର୍ଯ୍ୟାୟ ଟ୍ରେନ ଶୁଭାରମ୍ଭରେ ଯୋଗଦେବେ
ଭୁବନେଶ୍ୱର,୧୪/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତାକାଲି ତା ୧୫/୧୨/୨୦୨୫ ରିଖ ଦିନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ ଦିନ ପାଇଁ ରାୟଗଡା ଜିଲ୍ଲା ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ରାୟଗଡାରୁ ଆରମ୍ଭ ହେବାକୁ ଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ନବମ ପର୍ଯ୍ୟାୟ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଟ୍ରେନରେ ବିଭିନ୍ନ ଜିଲ୍ଲାରୁ ୭୭୫ ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର ରମେଶ୍ୱରମ – ମଦୁରାଇ ଅଭିମୁଖେ ଯାତ୍ରା କରିବେ।ଏହା ପରେ ମା ମଝିଘରିଆଣୀଙ୍କୁ ଦର୍ଶନ କରିବେ ଏବଂ ଜିଲ୍ଲାର ଏକ ସମୀକ୍ଷା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
-0-
ତନୁଜା ମହାନ୍ତି , ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
