କେନ୍ଦ୍ରାପଡ଼ା,୧୪/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ହଳଦିଡିହ ପେଟ୍ରୋଲପମ୍ପ ସମ୍ମୁଖରେ ନବନିର୍ମିତ ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଂଟ କୁ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର. ଆୟାର ରବିବାର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲାପାଳ ଶ୍ରୀ ଆୟାର ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇଦେବାକୁ ଡେଷ୍ଟିନ୍ ର ମାଲିକଙ୍କୁ ପରାମର୍ଶ ଦେଇଥିଲେ ।
ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଂଟର ମାଲିକ ସୌମ୍ୟରଞ୍ଜନ ଦାସ କହିଛନ୍ତି ଯେ ଏଠାରେ ଗ୍ରାହକମାନେ ଉତମ ଗୁଣବତା ଯୁକ୍ତ ହାଇଜେନିକ ସୁସ୍ୱାଦ ଖାଦ୍ୟ ପାଇବା ସହ କେନ୍ଦ୍ରାପଡା ଜିଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ଭିତରକନିକା ଅଭୟାରଣ୍ୟ, ଡାଙ୍ଗମାଳ, ହୁକିଟୋଲା, ଲାଇଟ ହାଉସ, ଶ୍ରୀବଳଦେବଜୀଉଙ୍କ ଚିତ୍ରପଟ ମଧ୍ୟ ଦେଖିବାକୁ ପାଇପାରିବେ । ଏହି କାଫେକୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିର୍ମାଣ କରାଯାଇଛି । ଏହି କାଫେରେ ଅତ୍ୟନ୍ତ ପ୍ରଫେସନାଲ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାଫଳରେ ସେମାନେ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇ ଦେଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି ।
