ଗଞ୍ଜାମ, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି (ଶନିବାର ଦିନ) ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ (YSD) ଟିମ ଓ ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୱାର୍ଡ ମେମ୍ବର , ସଭାପତି ଓ ସମ୍ପାଦକ ଧବଳେଶ୍ବର ମନ୍ଦିର କମିଟି , ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ଆଗଧାଡ଼ି ର କର୍ମଚାରୀ ମାନଙ୍କର ସହଯୋଗରେ ଗଞ୍ଜାମ ଜିଲ୍ଲାର ହାତିପାଦ ସମୁଦ୍ର ବେଳାଭୂମି ଓ ଧବଳେଶ୍ବର ମନ୍ଦିର ପରିସର ରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଗରିକ, ଯୁବକ ମାନେ, ପିଲା ମାନେ, କିଶୋର, କିଶୋରୀ ମାନେ ଓ ହାତିପାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ଛାତ୍ର, ଛାତ୍ରୀ ମାନେ ଭାଗ ନେଇଥିଲେ। ସ୍ୱଚ୍ଛତା ଅଭିଯାନ ଦ୍ବାରା ସମୁଦ୍ର କୂଳ ଓ ମନ୍ଦିର ପରିସର ରୁ ଅନେକ କାଚ,ଟିଣ ଓ ପ୍ଲାଷ୍ଟିକ ବଟଲ,ପଲିଥିନ, ପେପର କାଟୁନ ଆଦିରୁ ମୁକ୍ତ କରାଯାଇ ହାତିପାଦ ସମୁଦ୍ର ବେଳାଭୂମି ଓ ଧବଳେଶ୍ବର ମନ୍ଦିର ର ସୌନ୍ଦର୍ଯ୍ୟକୁ ପୁନଃ ସୁସ୍ଥାପନ କରାଯାଇଥିଲା।
ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୱାର୍ଡ ମେମ୍ବର , ସଭାପତି ଓ ସମ୍ପାଦକ ଧବଳେଶ୍ବର ମନ୍ଦିର କମିଟି, ଅନ୍ୟାନ୍ୟ ଆଗଧାଡ଼ି ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଦିଗଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଯୁବକ ଓ କିଶୋର, କିଶୋରୀ ମାନଙ୍କର ଦ୍ୱାରା ସମୁଦ୍ର ବେଳାଭୂମି ସ୍ୱଚ୍ଛତା ଭାବନାକୁ ଜାଗ୍ରତ କରିବାର ଉଦ୍ଦେଶ୍ୟ ରଖାଯାଇଥିଲା । ଏହି ସ୍ୱଚ୍ଛତା ଅଭିଯାନକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର ପ୍ରକଳ୍ପ ସଂଯୋଜକ ବିପ୍ଳବ କୁମାର ବେହେରା ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ସୁଦୀପ କୁମାର ଚକ୍ରବର୍ତ୍ତୀ, ଗୀତାଞ୍ଜଳି ପାଣିଗ୍ରାହି, ମାମାଲି ପଣ୍ଡା, ନିକି ପ୍ରଧାନ ,ଜଗମହନ ଧର ମହାପାତ୍ର, ଶଶୀକାନ୍ତ ପ୍ରଧାନ, ଆଲୋକ ନାୟକ, ହାତିପାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଶୋକ ସେଠି, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ମଲ୍ଲିକ ଓ ସମିତି ସଭ୍ୟ ଏସ ଦିଲେଶ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।