ବିଧାନସଭା ଅଧିବେଶନ ଜାରି ରହିଥିବାରୁ ଆସନ୍ତା ମାସ ସୋମବାର ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଙ୍କ ଜନଅଭିଯୋଗ ଶୁଣାଣି ବନ୍ଦରହିବ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର, ୩୦/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସପ୍ତଦଶ ବିଧାନସଭା ର ଦ୍ଵିତୀୟ ଅଧିବେଶନ ନଭେମ୍ବର୨୬ତାରିଖ ଠାରୁ ଆରମ୍ଭ ହୋଇଛି ଏବଂ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଆସନ୍ତା ମାସର ସୋମବାର ଗୁଡ଼ିକରେ ଭୁବନେଶ୍ଵର ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସାମୟିକଭାବେ ବନ୍ଦ ରହିବ।

          ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସାଧାରଣପ୍ରଶାସନ ଓ ସାଧାରଣଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *