କେନ୍ଦ୍ରାପଡ଼ା,୧୨/୧୨/୨୦୨୫(ଓଡ଼ିଶା ସମାଚାର)-ପ୍ରତିବର୍ଷ ଡିସେମ୍ବର ମାସରେ ବଳଦେବ ସେନା ପକ୍ଷରୁ ଆୟୋଜିତ ହୋଇଆସୁଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାମାଜିକ ଦାୟିତ୍ୱ ଓ ସେବାମୂଳକ କାର୍ଯ୍ୟର ଏକ ଉଲ୍ଲେଖନୀୟ ଉଦାହରଣ । ଚଳିତ ବର୍ଷର ଷଷ୍ଠ ବାର୍ଷିକ ରକ୍ତଦାନ ଶିବିରକୁ ସଫଳ ଭାବେ ଆୟୋଜନ କରିବାକୁ ଇଛାପୁରସ୍ଥିତ ଯାତ୍ରୀ ନିବାସରେ ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରକ୍ତ ଦାନ ଶିବିରକୁ କପରି ଭାବେ ଆହୁରି ବ୍ୟାପକ, ସଂଗଠିତ ଓ ସଫଳ କରିବା ସହିତ ସମାଜରେ ବଢ଼ୁଥିବା ରକ୍ତର ଅଭାବକୁ କିପରି ପୂରଣ କରାଯାଇପାରିବ ଓ କିପରି ଭାବେ ଅଧିକ ରୁ ଅଧିକ ବ୍ୟକ୍ତି ଓ ଯୁବ ପୀଢ଼ି ମାନେ ରକ୍ତ ଦାନ କରିବେ ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା ।
ବଳଦେବ ସେନାର ସଭାପତି ପପୁନ୍ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ଜ୍ୟୋତିରଞ୍ଜନ ପତ୍ରୀ ,ନିରଞ୍ଜନ ସୂଆର,ଅନିଲ ରଞ୍ଜନ ପଣ୍ଡା, ହିମାଂଶୁ ରାଉତ, ଅନିଶ ସୂତାର, ଆଶୁତୋଷ ପଣ୍ଡା, ଲାଲଟେନ୍ଦୁ ବେହେରା, ଚନ୍ଦନ ପ୍ରଧାନ, ଆଲୋକ ସାହୁ, ଚୈତନ୍ୟ ସମାଲ, ପଦ୍ମଲୋଚନ ସାହୁ, ଅନିଲ ସେଠୀ, ଉମାକାନ୍ତ ବେହେରା, ରାକେଶ ପ୍ରଧାନ, ପ୍ରିୟରଞ୍ଜନ ପରିଡ଼ା ଓ ଚନ୍ଦନ ସ୍ୱାଇଁଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।
