ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ମା କ୍ଷୀରପ୍ରଭାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ  

କଟକ ସଦର,୧୨/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା  ଚୈ।ଦ୍ୱାର -କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ମା କ୍ଷୀରପ୍ରଭା ବିଶ୍ୱାଳ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଉପଲକ୍ଷେ କ୍ଷୀରପ୍ରଭାଙ୍କ ନାତି ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ବାଳ ଓ ମଝିଆ ପୁଅ ଯୁଵ ସଂଗଠକ ଆରତ ରଞ୍ଜନ ବିଶ୍ୱାଳ ଙ୍କ ପକ୍ଷରୁ ଗତକାଲି ଗୁରୁବାର ରାତିରେ କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ସମେତ ବହୁ ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସେମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନମୋହନ ସାମଲ,ପ୍ରଶାନ୍ତ ଜଗଦେବ, ପ୍ରଶାନ୍ତ ମୁଦୁଲି ,ପ୍ରଫୁଲ୍ଲ ଘଡେ଼ଇ,  ଶ୍ରୀକାନ୍ତ ଜେନା, ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ତୁଷାର କାନ୍ତି ବେହେରା, ଚନ୍ଦ୍ର ସାରଥି ବେହେରା, ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ଅରୁଣ ସାହୁ, ପ୍ରତାପ ଦେବ, ପ୍ରକାଶ ଚନ୍ଦ୍ର ସେଠୀ, ଦେଵୀ ରଞ୍ଜନ ତ୍ରିପାଠୀ, ଅତନୁ ସବ୍ୟସାଚୀ ନାୟକ, ଅରବିନ୍ଦ ମହାପାତ୍ର, ପ୍ରଶାନ୍ତ ମୁଦୁଲି, ରମାକାନ୍ତ ଭୋଇ, ଗଣେଶ୍ୱର ବେହେରା, ସୋଫିଆ ଫିରଦୋସ, ମହମ୍ମଦ ମୋକିମ୍, ସମ୍ବିତ ରାଉତରାୟ, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ, ରୁଦ୍ର ପ୍ରସାଦ ମହାରଥୀ, ରଘୁନାଥ ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ପ୍ରିୟଦର୍ଶୀ ମିଶ୍ର, ପ୍ରିତିରଞ୍ଜନ ଘଡେ଼ଇ, ମେୟର ସୁବାସ ସିଂହ, ପ୍ରଫୁଲ୍ଲ ସିଂହ ପ୍ରମୁଖ ବହୁ ନେତା ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭା ପରିଚାଳନାରେ କ୍ଷୀରପ୍ରଭାଙ୍କ ବଡ଼ ବୋହୂ ପୂର୍ବତନ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ,ସାନ ପୁଅ ହେମନ୍ତ ରଞ୍ଜନ ବିଶ୍ୱାଳ ଙ୍କ ସମେତ ପରିବାର ର ସମସ୍ତ ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *