କେନ୍ଦ୍ରାପଡ଼ା,୧୧/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଝିଅ ରୁଶିକା ମହାନ୍ତି ଏମଡିଏସ ପରୀକ୍ଷାରେ ଶତକଡା ୬୦.୩୩ ପ୍ରତିଶତ ମାର୍କ ରଖି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି । ରୁଶିକା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁର ଗ୍ରାମର ତଥା ପଟ୍ଟାମୁଣ୍ଡାଇ ଉପନିବନ୍ଧକ ଅଶୋକ କୁମାର ମହାନ୍ତିଙ୍କ ଝିଅ ।
ରୁଶିକା ୨୦୨୫ ଏମଡିଏସ ପରୀକ୍ଷାରେ ଆଇ.ଡି.ଏସ. ସମ ହସପିଟାଲର ନ୍ୟାସନାଲ ଇନଷ୍ଟିଟୁ୍ୟଟ ଅଫ୍ ଡେଂଟାଲ ସାଇନ୍ସର କଞ୍ଜରଭେଟିଭ୍ ଡେଂଟିଷ୍ଟ ଏବଂ ଏଣ୍ଡୋଡିକ୍ସ ବିଭାଗରୁ ସର୍ବୋଚ୍ଚ ମାର୍କ ରଖି ପାସ କରିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରି କେନ୍ଦ୍ରାପଡା ଜିଲା ପାଇଁ ଗୌରବ ଆଣିଛନ୍ତି । ଏ ନେଇ ରୁଶିକାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି ।
