ଶ୍ରୀନିବାସ ପାଣିଗ୍ରାହୀଙ୍କ ରଚିତ ତିନିଗୋଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ସାହିତ୍ୟିକ, ଲେଖକ ଶ୍ରୀନିବାସ ପାଣିଗ୍ରାହୀଙ୍କ ସ୍ୱରଚିତ ତିନିଗୋଟି ପୁସ୍ତକ “ସ୍ମୃତି ଓ ଗୀତି “, “ଗୀତିପର୍ବ ” ଓ “ଭିଜନ ଅଫ ଲାଇଫ “ଆଧ୍ୟାତ୍ମିକ ଉପରେ ପର୍ଯ୍ୟବେଶିତ ମୁଖ୍ୟଅତିଥି ପ୍ରାକ୍ତନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ସାରସ୍ୱତ ପ୍ରତିଭାଧାରୀ ଡ଼ ରବି ନାରାୟଣ ସେନାପତିଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଛି । ସତ୍ୟମ ଶିବମ ସୁନ୍ଦରମ ପକ୍ଷରୁ ପ୍ରକାଶିତ ତିନିଗୋଟି ପୁସ୍ତକ ଆଜିର ଯୁବପୀଢ଼ିଙ୍କୁ  ମାର୍ଗଦର୍ଶନ କରାଇବା ସହିତ ପୁସ୍ତକ ପ୍ରତି ଅହେତୁକ ଶ୍ରଦ୍ଧା, ଭଲପାଇବା ଓ ସମାଜକୁ ନୂତନ ବାର୍ତ୍ତା ପ୍ରଦାନ କରିବ ବୋଲି ଲେଖକ ପାଣିଗ୍ରାହୀ ମତବ୍ୟକ୍ତ କରିବା ସହ ପଶ୍ଚିମ ସଭ୍ୟତା ଉପରେ ଭାରତୀୟ ବେଦାନ୍ତର ପ୍ରଭାବ ଉପରେ ସମ୍ୟକ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ଭଲ ପୁସ୍ତକପଢିବା ସହିତ ଅନ୍ୟ ମାନଂକୁ ପ୍ରେରିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ମହାକବି ଜୟଦେବଙ୍କ ରଚନାରେ କିପରି ଓଡ଼ିଆ ଓ ସଂସ୍କୃତର ମହାମିଳନ ସଂଘଠିତ ହୋଇଥିଲା, ତାହାରି ଉପରେ ଆଲୋକପାତ କରିଥିଲେ । କବି ମନୋଜ କୁମାର ମହାନ୍ତି ଗୀତି ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ପୁସ୍ତକର ସମୀକ୍ଷା ଭାଷାପ୍ରାଣ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପ୍ରବୀର ମହାନ୍ତି ଓ ପ୍ରଫେସର ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କରିଥିଲେ । ବେଦାନ୍ତ ଦର୍ଶନ, ରୁଷି ପରମ୍ପରା ଓ ଆଧ୍ୟାତ୍ମିକତା କୁ ସମୀକ୍ଷକ ମାନେ ବ୍ୟାଖ୍ୟା କରିଥିଲେ । ସଭାପତି ରବି ନାରାୟଣ ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଅନସୂୟା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଉନ୍ମୋଚିତ ହୋଇଥିବା ଗୀତି କବିତା ଉପରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *