ପାରିବାରିକ କଳହ ର କୁ ପରିଣତି , ସ୍ୱାମୀ ନିଜ ପତ୍ନୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ

ଆନନ୍ଦପୁର,୦୨/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ଆନନ୍ଦପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ କୁ ନେଇ ସ୍ୱାମୀ ନିଜ ପତ୍ନୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆନନ୍ଦପୁର ଅଂଚଳର  ନନ୍ଦିପଦା ଥାନା ଡଅଁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ସ୍ୱାମୀର  କୁରାଢ଼ୀ ଆକ୍ରମଣ ପରେ ସମ୍ପୃକ୍ତ ମହିଳାଙ୍କୁ ଭଦ୍ରକ ଡାକ୍ତରଖାନଙ୍କୁ ନିଆଯାଇଥିଲ । ହେଲେ ସେଠାରେ  ଡାକ୍ତର ତାଙ୍କୁ ନୃତ ଘୋଷଣା କରିଥିଲେ।ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ଦେବୀ ପ୍ରସାଦ ଜେନା। ସେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅଛନ୍ତି ।  ପତ୍ନୀ କୁ କୁରାଢ଼ୀରେ ଆକ୍ରମଣ କରିବା ପରେ ସେ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Leave a Reply

Your email address will not be published. Required fields are marked *