ମାହାଙ୍ଗା ୧୦/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ମାହାଙ୍ଗା ପୋଲିସ କୁ ବଡ ସଫଳତା । ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗାଁ ରେ ୨୭ ଟି ବେଆଇନ ଗ୍ୟାସ ସିଲିଣ୍ଡର ଜବତ କଲା ପୋଲିସ । ସୁଧାଂଶୁ ସାହୁ ନାମକ ବ୍ୟକ୍ତି ନିଜ ଘରେ ବେଆଇନ ଗ୍ୟାସ୍ ସିଲିଣ୍ଡର୍ ରଖି ବ୍ୟବସାୟ କରୁଥିଲେ । ଗାଁ ଭିତରେ ଶତାଧିକ ଗ୍ରାମବାସୀ ଙ୍କ ଘର ରହିଥିବା ବେଳେ ନିଜ ଖଞ୍ଜା ଘରେ ବେଆଇନ ଗ୍ୟାସ୍ ରଖି ବ୍ୟବସାୟ କରୁଥିଲେ । ଏହି ଘଟଣାରେ ସୁଧାଂଶୁ ସାହୁ ଙ୍କୁ ମାହାଙ୍ଗା ପୋଲିସ ଗିରଫ କରିଛି ।
ଖୁବ୍ ଶୀଘ୍ର ସୁଧାଂଶୁ ସାହୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ମାହାଙ୍ଗା ପୋଲିସ । ସୁଧାଂଶୁ ସାହୁ ଏହି ବେଆଇନ ଗ୍ୟାସ୍ ସିଲିଣ୍ଡର ଗାଁ ଭିତରେ ରଖି ବ୍ୟବସାୟ କରୁଥିଲେ । ଗ୍ରାମବାସୀ ଏହି ଗ୍ୟାସ୍ ସିଲିଣ୍ଡର୍ ପାଇଁ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଯାପନ କରୁଥିଲେ । କେଉଁ ମୁହୂର୍ତ୍ତରେ ଗୋଟେ ବଡ ଦୁର୍ଘଟଣା ହୋଇଥାନ୍ତା ।
