କଟକ ସଦର , ୧୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ସେଠୀ ଙ୍କ ବୁଢ଼ୀ ମା ଚଞ୍ଚଳା ସେଠୀଙ୍କର ଆସନ୍ତା କାଲି ଶୁକ୍ରବାର ଦିନ ଏକାଦଶାହ ।
ଏହି ଉପଲକ୍ଷେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଟକ ସଦର ଅନ୍ତର୍ଗତ କିଶନନଗର ହାଟ ପଡିଆକୁ ସଂଧ୍ୟା ୭ ଟାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ମୂଖ୍ୟମନ୍ତ୍ରୀ ଙ୍କ କାର୍ୟ୍ୟାଳୟ ପକ୍ଷରୁ ଜଣାପଡିଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ମୁତାବକ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ମନ୍ତ୍ରୀ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେବାର ଅଛି ବୋଲି ଜଣାପଡିଛି।
