ଯାଜପୁର – ଢେ଼ଙ୍କାନାଳ ଅବକାରୀ ବିଭାଗର ମିଳିତ ଚଢାଉ

୪ ହଜାର ଲିଟର ଦେଶୀ ମଦ ଜବଦ
ଭୁବନ,୨୦/୦୮/୨୦୨୫ (ଓଡ଼ିଶା ସମାଚାର)–ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ରଗଡ଼ା ଡ୍ୟାମ ନିକଟରୁ ବୁଧବାର ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ପୋଚ ଜବଦ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଏକଜିକୁ୍ୟଟିଭ ମାଜିଷ୍ଟ୍ରେଟ କମଳା ମଲ୍ଲିକ ଏବଂ କାମାକ୍ଷା ନଗର ରେଞ୍ଜ ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ଶାୱନ କୁମାର ଭୋଳ ଙ୍କ ତତ୍ତ୍ଵାବଧାନ ରେ ଢେଙ୍କାନାଳ ଜିଲ୍ଲାର ୪ ଟି ଥାନା ଅଧିନରେ ଥିବା ଅବକାରୀ ବିଭାଗ ଯଥା କାମାକ୍ଷା ନଗର, ଭୁବନ, ପରଜଙ୍ଗ ଏବଂ ତୁମୁସିଙ୍ଗା ସେକ୍ସନ ର ଅଧିକାରୀ ଏବଂ ଶତାଧିକ ଅବକାରୀ ବିଭାଗର ଶଶସ୍ତ୍ର କନେଷ୍ଟବଳ ଏବଂ ମହିଳା ପୋଲିସ ଏଥିରେ ସାମିଲ ଥିଲେ ।

ଅବକାରୀ ବିଭାଗର ଅଚାନକ ଚଢାଉ ସମୟରେ ରଗଡା ଡ୍ୟାମ ବନ୍ଧ ତଳେ ସ୍ଥାନୀୟ ଅଞ୍ଚଳର ମଦ ରାନ୍ଧୁଥିବା ଲୋକମାନେ ଦୌଡ଼ି ପଳାଇଥିଲେ । ପୋଲିସ ଉକ୍ତ ସ୍ଥାନକୁ ପହଂଚିବା ପୂର୍ବରୁ ମଦ ରାନ୍ଧୁଥିବା ଲୋକମାନେ ସେଠାରୁ ଖସି ପଳାଇଥିଲେ । ସେହି ସ୍ଥାନରୁ ୪୦୦୦ ଲିଟର ମହୁଲି ମଦ, ୩୦୦୦ ଲିଟର ମହୁଲି ପୋଚ, ୬୦ ଟି ସିଲଭର ଡେ଼କଚି, ୧୦୦ ଗୋଚ୍ଛା ଜାଳେଣି କାଠ ସେଠାରୁ ଜବଦ ହୋଇଥିଲା ।


ଏଠାରେ ସ୍ମରଣ ଥାଉକି ଗତ ୨୦୨୩ ମସିହାରେ ଅଭିଯୋଗ ପାଇ କଙ୍କଡ଼ାହାଡ଼ ଥାନା ଅଧିକାରୀ ଉକ୍ତ ସ୍ଥାନକୁ ଚଢ଼ଉ ପାଇଁ ଆସି ମଦ ରାନ୍ଧୁଥିବା ଲୋକ ମାନଙ୍କ ଆକ୍ରମଣ ର ଶିକାର ହୋଇଥିଲେ । ତେବେ ଚଳିତ ଥର ଏଠାରେ ଏକ ବଡ଼ ଧରଣର ଧରପଗଡ଼ ହୋଇଛି । ଯାହା ସମଗ୍ର ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଦୀର୍ଘ ବର୍ଷ ହେବ ଉକ୍ତ ରଗଦା ଡ୍ୟାମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଗାଁ ଗୁଡିକର ଲୋକମାନେ ନିର୍ଦ୍ବନ୍ଦରେ ମହୁଲି ମଦ ରାନ୍ଧି ନିକଟରେ ଥିବା କାଳିଆପାଣି ଖଣି ଅଞ୍ଚଳର ବିଭିନ୍ନ ବସ୍ତି, କଳିଙ୍ଗନଗର, ଟମକା, ଭୁବନ, କଙ୍କଡ଼ାହାଡ଼ ଏବଂ ସୁକିନ୍ଦା ଆଦି ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି ।

ଆଜିର ଚଢ଼ାଉରେ ଅବକାରୀ ବିଭାଗର ଇନିସ୍ପେକ୍ଟର ପ୍ରକାଶ କୁମାର ସାହୁ, ସବ ଇନିସ୍ପେକ୍ଟର ସୌରଭ କୁମାର ମିଶ୍ର, ଓ ଆଇ ସି ଦୀପଦ୍ୱତନ ବିଶ୍ୱାଳ, ବାସନ୍ତୀ ବାକଲି, ପ୍ରକାଶ କୁମାର ନାୟକ, ବୁଲୁ ପାତ୍ର ଏ ଏସ ଆଇ ସନାତନ ବେହେରା, ପ୍ରକାଶ କୁମାର ରାଉତ, ବିଜନ କୁମାର ସାହୁ ଙ୍କ ସମେତ ଦୁଇଜଣ ହାବିଲଦାର, ୫ ଜଣ ସିପାହି ଙ୍କ ସମେତ ଶତାଧିକ କନେଷ୍ଟବଳ ଏଥିରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *