କୋଟପା (COTPA) ଚଢାଉ

ଯାଜପୁର ୨/୭/୨୦୨୪ (ଓଡ଼ିଶା ସମାଚାର)-ସିଗାରେଟ୍ ଏବଂ ଅନ୍ୟାନ୍ୟ ତମ୍ବାଖୁ ପ୍ରସ୍ତୁତ ଆକ୍ଟ, କୋଟପା (COTPA) ଅଧୀନ ତା୨୮।୦୬। ୨୦୨୪ରିଖ ଠାରୁ ତା ୨୯।୦୬।୨୦୨୪ ରିଖ ଦୁଇଦିନ ଧରି ଲଗାତାର ଏକ ଯାଞ୍ଚ କାରୀ ଦଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜାତୀୟ ଟାମ୍ବାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରି ତାମ୍ବାଖୁ ନିୟନ୍ତ୍ରଣ ପାଇଁ ଚଣ୍ଡିଖୋଲ ବଜାରରେ ଚଢାଉ କରିଥିଲେ।ଏହି ତଦନ୍ତ ଓ ଯାଞ୍ଚ କାରୀ ଦଳରେ ଡ୍ରଗ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ହାଁସଦା, ଫୁଡ୍ ସିକୁରିଟୀ ଅଫିସର ଶ୍ରୀ ରାଜେଶ କୁମାର ସାହୁ, ସହକାରୀ ପରିଚାଳିକା , ତମ୍ୱାଖୁ ନିୟନ୍ତ୍ରଣ ଶ୍ରୀମତୀ ସସ୍ମିତା ରାଉତ, ଧର୍ମଶାଳା ଭାରପ୍ରାପ୍ତ ଅବକାରୀ ଇନ୍ସପେକ୍ଟର ଶ୍ରୀମତୀ ଜୟନ୍ତୀ ଆଚାର୍ୟ୍ୟ, ବଡ଼ଚଣା ପୋଲିସ କର୍ମଚାରୀ ସମେତ ଚଣ୍ଡିଖୋଲ ଫାଣ୍ଡିର କର୍ମଚାରୀମାନେ ସାମିଲ ହୋଇଥିଲେ। ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ଚଣ୍ଡିଖୋଲ ବଜାରରେ ଥିବା ୬୪ ଗୋଟି ଦୋକାନ ଗୃହ ଉପରେ ଚଢାଉ କରି ଆଇନ ବହିର୍ଭୁତ ବେଆଇନ ଭାବେ ବିକ୍ରି କରୁଥିବା ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ଆକ୍ଟ୍ ଧାରା ୪ ଓ ୬ ରେ ଜୋରିମାନା ଆଦାୟ କରିଥିଲେ। ସେହିପରି ଗତ ଶନିବାର ଦିନ ବଇରୀ ଥାନା ଅଧୀନ ଛତିଆ ବଜାରରେ  ଯାଞ୍ଚ କାରୀ ଦଳ ମଧ୍ୟ ଚଢ଼ାଉ କରିଥିଲା।ଏହି ଚଢ଼ାଉରେ ଯାଞ୍ଚ କାରୀ ଦଳ ବେଆଇନ ଭାବେ ଗୁଟକା ବିକୁଥିବା ଦୋକାନ ଘର ମାନଙ୍କରେ ଚଢ଼ାଉ କରି ଜୋରିମାନା ବାବଦକୁ ୪୨୦୦ ଟଙ୍କା ଆଦାୟ କରିଥିଲେ। ପ୍ରକାଶ ଥାଉକୀ ଗୁଟକା ଖାଇବା ଦ୍ଵାରା ଦିନକୁ ଦିନ ମୁଖ ଗହ୍ଵର କର୍କଟ ରୋଗ ବଢ଼ୁ ଥିବାରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ମତେ ବ୍ୟାପକ ଜନସଚେତନତା ବୃଦ୍ଧି କରିବା ତଥା ତମ୍ବାଖୁ ସେବନ ନିୟନ୍ତ୍ରଣ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *