ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ – ୨୦୨୫ “ଅବସରରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ରେ ସ୍ଥାନୀୟ ଖାରବେଳନଗର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ସାମ୍ବାଦିକ,ଅଧିବକ୍ତା, ମାନବବାଦର ସୁରକ୍ଷାକର୍ମୀ ପରିବେଶ ସଚେତନତା ଧର୍ମୀ ସାରସ୍ୱତ ପ୍ରତିଭାଧାରୀ ତଥା ଦୀର୍ଘବର୍ଷ ଧରି ସାମାଜିକ କାର୍ଯ୍ୟକ୍ରମ କରିଆସୁଥିବା ଡ଼ଃ ଲିଙ୍ଗରାଜ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଶତପଥୀ ମାନପତ୍ର,ଉତ୍ତରୀୟ, ପୁସ୍ତକ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀଯୁକ୍ତ ସାହୁଙ୍କ ସମର୍ପିତ ସେବା କାର୍ଯ୍ୟ ନିସ୍ଥିତ ଆଗାମୀ ପୀଢ଼ିର ମାର୍ଗଦର୍ଶନ କରିବ ବୋଲି ଶ୍ରୀ ଯୁକ୍ତ ଶତପଥୀ କହିଥିଲେ । ଏହା ସହିତ ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା, ମାନବବାଦ ସହିତ ସମସ୍ତେ ମା, ମାଟି, ମାତୃଭାଷା ପାଇଁ ନିଜନିଜ ସ୍ତରରେ ଯୋଗଦାନ ଦିଅନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ରମେଶ ପରିଡା ପରିଚାଳନା କରିଥିଲେ ।
